ଡଙ୍ଗା ବୁଡି ଘଟଣାରେ ନିଖାଜ ଶବ ଉଦ୍ଧାର

ଚିତ୍ରକୋଣ୍ଡା (୦୧/୦୯) : ଗଲା କାଲି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଥିଲା ଏକ ଦେଶୀ ଡ଼ଙ୍ଗା । ଡଙ୍ଗା ବୁଡିରେ ଜଣେ ମହିଳା ନିଖୋଜ। ନିଖୋଜ ମହିଳାଙ୍କ ନାମ ମୋତି ଗୋଲରୀ ବୟସ ୪୦ ବର୍ଷ ଯନ୍ତ୍ରୀ ଗ୍ରାମର ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ତିନିଟା ସମୟରେ ଧାକଡ଼ପଦର ଠାରୁ ନିଜ ଘର ଯନ୍ତ୍ରୀ ଗ୍ରାମକୁ ଏକ ଦେଶୀ ଡଙ୍ଗା ମାଧ୍ୟମରେ ସ୍ୱାମୀ ଅର୍ଜୁନ ଗୋଲାରୀ ଓ ସ୍ତ୍ରୀ ମୋତି ଗୋଲାରୀ ଫେରୁଥିବା ବେଳେ ଅଚାନକ ଝଡ଼ ତୋଫାନ ହୋଇଥିଲା ଯଦ୍ବାରା ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ସ୍ତ୍ରୀ ନିଖୋଜ ଥିବାବେଳେ ସ୍ୱାମୀ ପହଁରି ନଦୀ କୂଳରେ ପହଁଚିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଆଜି ନିଖୋଜ ଥିବା ମୋତି ଗୋଲାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ତଥା ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.