ପାଣିକୋଇଲିରେ ସେକ୍ସ ର‌୍ୟାକେଟ୍‌ ଠାବ, ଲଜ୍‌କୁ ସିଲ୍‌ କଲା ପୁଲିସ୍‌

ପାଣିକୋଇଲି: ପାଣିକୋଇଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପୁରୁଣା ଥାନା ନିକଟ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଲଜ୍‌ରୁ ପୁଲିସ ସେକ୍ସ ରାକେଟ୍‌ ଠାବ କରିଛି । ଗ୍ରାହକକୁ ପୁଲିସ ଗିରଫ କରିଥିବା ବେଳେ ରୂପଜୀବୀକୁ ଉଦ୍ଧାର କରିଛି । ଲଜ୍‌ ମାଲିକ ଓ ଦୁଇ କର୍ମଚାରୀଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

। ସନ୍ଧ୍ୟାରେ ଲଜ୍‌କୁ ପୁଲିସ ସିଲ୍‌ କରିଥିବା ସୂଚନା ମିଳିଛି । ଗିରଫ ଗ୍ରାହକ ଭଦ୍ରକ ଅଞ୍ଚଳର ମାନସ ମିଶ୍ର ବୋଲି ସୂଚନା ମିଳିଛି । ସେ କିଛି ଦିନ ହେବ କୋରେଇ ଥାନା ଅନ୍ତର୍ଗତ ଉତ୍ତରଖଜିରା ଗ୍ରାମ ନିକଟରେ ରହୁଥିଲା । ଜାତୀୟ ରାଜପଥ କଡ଼ରେ ତଥା ଜିଲ୍ଲା ପୁଲିସ ମୁଖ୍ୟାଳୟଠାରୁ ମାତ୍ର କିଛି ଦୂରରେ ଥିବା ଏହି ଲଜ୍‌ରେ ପୂର୍ବରୁ ସେକ୍ସ ର‌୍ୟାକେଟ୍‌ ଚାଲୁଥିଲା ।

ଗତରାତିରେ ପାଣିକୋଇଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଲଜ୍‌ ଉପରେ ଅତର୍କିତ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଅସଂଜତ ଅବସ୍ଥାରେ ଥିବା ରୂପଜୀବୀକୁ ପୁଲିସ ଉଦ୍ଧାର କରିଥିବା ବେଳେ ଗ୍ରାହକ ମାନସକୁ ଗିରଫ କରିଥିଲା । ଏଥିସହ ଲଜ୍‌ ମାଲିକ ଓ ଲଜ୍‌ର ଦୁଇ ଜଣ ମ୍ୟାନେଜରଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିଥିଲା । ଅଧିକ ତଦନ୍ତ ପାଇଁ ଦିନ ତମାମ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ଖୋଳତାଡ଼ ଚଳାଇଥିଲେ । ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ବେଳେ କିଛି ସୁରାକ୍‌ ପାଇଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ପରେ ବୁଧବାର ରାତିରେ ଘରକୁ ସିଲ୍‌ କରାଯାଇଛି । କାରବାରରେ ସାମିଲ ଥିବା ଅନ୍ୟ ୪ ଜଣ ବ୍ୟକ୍ତି ଗିରଫ କରାଯାଇଛି। ଏହି ଘଟଣାରେ ପାଣିକୋଇଲି ଥାନାରେ ପୁଲିସ ମାମଲା ରୁଜୁ ହୋଇଛି ।

nis-ad
Leave A Reply

Your email address will not be published.