ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ଯୁବକ ଅଟକ, ମୃତ୍ୟୁ ପୂର୍ବରୁ ୭ ଥର ଯାଇଥିଲା ଫୋନ୍

ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ନୂଆମୋଡ଼। ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ । ଖାରବେଳନଗର ଥାନାରେ ଭୁବନେଶ୍ୱର ଡିସିପିଙ୍କ ଛାନବିନ। ମୃତ ଶୁଭଶ୍ରୀଙ୍କ ସିଡିଆରରୁ ମିଳିଲା ବିସ୍ଫୋରକ ତଥ୍ୟ । ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ।

ମୃତ୍ୟୁ ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀ କରିଥିଲେ ୭ କଲ୍ । ଘଟଣା ଦିନ ସଂଧ୍ୟା ସାଢେ ୬ଟାରୁ ୬ଟା ୪୯ ଭିତରେ ୭ ଥର କଲ କରିଥିଲେ ଶୁଭଶ୍ରୀ । ଶେଷଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ ଶୁଭଶ୍ରୀ । ୩୦୨ ଓ ୨୦୧ରେ ମାମଲା ରୁଜୁ କରିଛି ପୋଲିସ । ହତ୍ୟାକାଣ୍ଡ ପରେ, ପ୍ରମାଣ ନଷ୍ଟ କରିଥିବା ନେଇ ତଦନ୍ତ କରୁଛି ପୋଲିସ ।

ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟକ୍ତିଙ୍କୁ ଚିହ୍ନିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ। ଆଗରୁ ଶୁଭଶ୍ରୀଙ୍କ ଘରକୁ ଯାତାୟତ କରୁଥିଲେ ଏହି ବ୍ୟକ୍ତି ଜଣକ। ସେହିପରି ଶୁଭଶ୍ରୀଙ୍କ ସିଡିଆରରୁ ମିଳିଛି ବିସ୍ଫୋରକ ତଥ୍ୟ। ସନ୍ଦେହ ଯୋଗୁଁ ଖାରବେଳନଗର ଥାନାରେ ପଚରା ଉଚରା ଚାଲିଛି । ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରୁଛନ୍ତି। ମୃତଦେହ ବ୍ୟବଛେଦ ପାଇଁ FMT ବା Fecal microbial transplantationର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୋଲିସ ।

nis-ad
Leave A Reply

Your email address will not be published.