ସ୍କୁଲରେ କୁନିକୁନି ପିଲାଙ୍କୁ ବନ୍ଧକ ରଖିବା ପ୍ରସଙ୍ଗ : ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ

ସ୍କୁଲ ଫି’ ନଦେବାରୁ ଆପିଜେ ସ୍କୁଲରେ ପିଲାଙ୍କୁ ନିର୍ଯାତନା ଦିଆଯିବା ଘଟଣା । ଜାତୀୟ ମାନବାଧିକାର କମିଶନ ଖୋର୍ଦ୍ଧା ଜିଲାପାଳ, ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ଏବଂ କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ସମ୍ପୃକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଚାରି ସପ୍ତାହ ଭିତରେ କମିଶନକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ରହିଛି ଆପିଜେ ସ୍କୁଲ । ପିଲାମାନେ ସ୍କୁଲ ଫି’ଦେଇନଥିବାରୁ ସ୍କୁଲ କର୍ତୃପକ୍ଷ କୁନି କୁନି ପିଲାଙ୍କୁ ଏକ କୋଠରୀରେ ୫ ଘଣ୍ଟା ଧରି ବନ୍ଦ କରି ରଖିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଅଭିଭାବକମାନେ ଆପିିଜେ ସ୍କୁଲ ଆଗରେ ଧାରଣା ଦେଇଥିଲେ । ଘଟଣାରେ ସ୍କୁଲ ଆଡମିନଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଓଡିଶା ଅଭିଭାବକ ସଂଘ ସ୍କୁଲ କର୍ତପକ୍ଷଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

nis-ad
Leave A Reply

Your email address will not be published.