ରାଜଧାନୀରେ ଚାଞ୍ଚଲ୍ୟ: ସନ୍ଦେହଜନକ ଅବସ୍ଥାରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ପୁଣି ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରୁ ମିଳିଲା ମହିଳାଙ୍କ ସନ୍ଦେହଜନକ ମୃତଦେହ। ବେକରେ ଦଉଡି ଲଗାଇ ଝୁଲି ଯାଇଥିବା ଜଣାପଡିଛି। ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ।

ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି।

ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ୍ ପହଁଚି ଛାନଭିନ ଆରମ୍ଭ କରିଛି। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ଏଭଳି ହୋଇଥିବା ନେଇ ଶୁଣିବାକୁ ମିଳୁଛି। ତେବେ ପ୍ରକ୍ରୁତ କଥା ଏଯାଏ ଜଣାପଡିନାହିଁ।

nis-ad
Leave A Reply

Your email address will not be published.