ଲଗାଣ ବର୍ଷାରେ ରାସ୍ତାକଡ଼ ମାଟି ଅତଡା ଖସି, ତାମଙ୍ଗିକୁ ଯାତାୟତ କରୁଥିବା ସରକାରୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି, (୨୩/୮) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତର ତାମାଙ୍ଗି ଗ୍ରାମକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର ଡ଼ି) ରାସ୍ତା, ଲଗାଣ ବର୍ଷାରେ ଡମା ଗ୍ରାମ ନିକଟର ଏକ ଛୋଟ ବ୍ରିଜ ପାଖ ରାସ୍ତା ପାର୍ଶ୍ଵ ମାଟି ଅତଡା ଖସି ଗମନା ଗମନରେ ବାଧା ଉପୁଜିଛି। ଯାହାରି ଫଳରେ ଜିଲା ମୁଖ୍ୟ କାର୍ଯ୍ୟାଳୟରୁ ତାମାଙ୍ଗି ଗ୍ରାମକୁ ଯାତାୟତ କରୁଥିବା ସରକାରୀ (ଓଏସଆରଟିସି) ବସ ଆଜକୁ ୩ଦିନ ହେବ ଗ୍ରାମକୁ ଯିବା ବନ୍ଦ ରହିଛି। ଯାହାରି ଫଳରେ ତାମାଙ୍ଗି ଗ୍ରାମବାସୀ ସମେତ କସପଙ୍କା, ପିଡ଼ିକାରୀପି ଓ କୁମ୍ଭାରୀପଦର ଗ୍ରାମ ବାସୀଙ୍କ ଜାତାୟତରେ ବାଧା ଉପୁଜି ଥିବା ତାମାଙ୍ଗି ଗ୍ରାମବାସୀଙ୍କ ସୂଚନାରୁ ଜଣା ପଡ଼ିଛି। ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛିଯେ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସବି ଗାଁକୁ ଯାଇ ପାରିବ ନାହିଁ। ଏଣୁ ଦାରିଙ୍ଗବାଡ଼ି ଆର ଡି ବିଭାଗ ଏସଡିଓ କନିଷ୍ଟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଥିଲା କୌଣସି କାରଣ ବସତ ଯୋଗାଯୋଗ ହୋଇପାରିନାହିଁ। ପ୍ରକାଶ ଥାଉକି ଚଳିତ ମାସ ଲଘୁ ଚାପ ଜନିତ ଲଗାଣ ବର୍ଷା ପୂର୍ବରୁ ଉପ ଜିଲାପାଳ ଦୁଖବନ୍ଧୁ ନାୟକ ଓ ବିଡିଓ ଗଦାଧର ପାତ୍ର ଏହି ରାସ୍ତାରେ ଯାଇ ଋଷିମାଳ ପାହାଡ ତୀର୍ଥସ୍ଥଳୀର ଉନ୍ନତି କରଣ ସହିତ ଗମନା ଗମନ ର ଉନ୍ନତି କରିବା ପାଇଁ ତାମାଙ୍ଗି, କୁମ୍ଭାରୀପଦର ଓ ପିଡ଼ିକାରୀପି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଆସିଥିଲେ। ହେଲେ ଆଜକୁ ତିନି ଦିନ ହେବ ଏହି ଗ୍ରାମକୁ ଯାଉଥିବା ଏକମାତ୍ର ସରକାରୀ ବସ ଚଳା ଚଳ ବନ୍ଦ ରହିଛି। ଏଣୁ ସର୍ଵ ସାଧାରଣଙ୍କ ଗମନା ଗମନର ସୁବିଧା କରିବାକୁ ଯାଇ ଅତି ଶୀଘ୍ର ରାସ୍ତାର ମରାମତି କରି ଗମନା ଗମନର ସୁବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.