ଶ୍ରମଜୀବୀ ସଂଗଠନ ଦ୍ଵାରା ସଚେତନତା ଶୋଭାଯାତ୍ରା

ଚିତ୍ରକୋଣ୍ଡା (୨୩/୦୮) : ରାଜ୍ୟସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଂଚ ଓ ମହିଳା ଶ୍ରମଜୀବୀ ମଂଚର ଆହ୍ବାନ କ୍ରମେ ତୃଣମୂଳ ସ୍ତରରେ ଲୋକ ମାନଙ୍କୁ “ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା” ସମ୍ବନ୍ଧିୟ ସଚେତନତା ନିମନ୍ତେ ଏକ ପ୍ରୟାସ ଆରମ୍ଭ କରାଯାଇଛି। ଏଥିରେ ଗାଁ ସ୍ତରରୁ ଲୋକ ମାନଙ୍କୁ BSKY କାର୍ଡର ବ୍ୟବହାର ଓ ଏହାର ଉପକାରୀତା ବିଷୟେରେ ମଟର ସାଇକଲ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା l ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ଲୋକ ସଂଗଠନ “ଶ୍ରମଜୀବୀ ସଂଗଠନ “ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଓ ଖଇରପୁଟ ବ୍ଳକ୍ ମିଳିତ ଭାବରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ବଡପଦର ଗ୍ରାମ ଠାରେ ସରପଞ୍ଚ ଶ୍ରୀମତୀ ସ୍ୱପ୍ନା ଖିଲଙ୍କ କରକୋମଳରେ ଉଦଘାଟନ ହୋଇଯାଇଛି l ଏହି ଶୁଭ ଉଦଘାଟନରେ ସରପଞ୍ଚଙ୍କ ସମେତ ଖଇରପୁଟ ବ୍ଳକ୍ ରୁ ଗୋବର୍ଦ୍ଦନ ପାଙ୍ଗି, ଜିତେନ୍ଦ୍ରଖିଲ , ଶୁକ୍ରା ଗୁରୁତେଲି , ମୁକୁନ୍ଦ ମାଝି, ଚିତ୍ରକୋଣ୍ଡା ବ୍ଳକ୍ ରୁ ମଦନ ହନ୍ତାଳ, ପଦଲାମ ହନ୍ତାଳ , ସିନେସ୍ ପେଲମାଲ, ବିଭିଶଣ ଗୁଣ୍ଠା ଙ୍କ ସହ ୧୫୦ରୁ ଉର୍ଦ୍ଦ ଗ୍ରାମ ବାସୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l

nis-ad
Leave A Reply

Your email address will not be published.