ବ୍ରହ୍ମପୁରର ବିଭିନ୍ନ ସମସ୍ୟାକୁ ନେଇ ବିଏମସିକୁ ଘେରିଲା ବିଜେପି

ବ୍ରହ୍ମପୁର : ଅବ୍ୟବସ୍ଥା ଭିତରେ ଘେରି ହୋଇ ରହିଥିବା ବ୍ରହ୍ମପୁର ମହାନଗରର ବିକାଶ ମୋ’ର ଦାୟୀତ୍ୱ କହୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ଏଠାରେ ଫେଲ୍ ମାରିଛି । ଏହି ସହରର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ବିଡ଼ମ୍ୱନାର ବିଷୟ ଆଜି ପର୍ଯ୍ୟନ୍ତ ଏହି ମହାନଗରର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇପାରିଲା ନାହିଁ । ଯଦି କରାଯାଇଛି ତେବେ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଉ । ବ୍ରହ୍ମପୁର ମହାନଗରରେ ଅସରାଏ ବର୍ଷା ହେଲେ ପାଣି ଲହଡ଼ି ମାରିବା ଓ ତଳିଆ ଅଞ୍ଚଳରେ ଘରେ ଡ଼୍ରେନ୍ ପାଣି ପଶିବା ଏକ ନିତିଦିନିଆ ସମସ୍ୟାରେ ପରିଣତ ହେଇଛି । ବ୍ରହ୍ମପୁର ମହାନଗର ନିଗମ ୨୦ ନଂ ୱାର୍ଡ଼ ଅନ୍ତର୍ଗତ ଗାନ୍ଧୀନଗର ଅଞ୍ଚଳରେ ଅସରାଏ ବର୍ଷାରେ ନର୍ଦ୍ଦମା ପାଣି ଘରେ ପସୁଥିବା ବେଳେ ଖୋଦ୍ ୨୦ ନଂ ୱାର୍ଡ଼ର ନବ ନିର୍ବାଚିତ କର୍ପୋରେଟରଙ୍କ ଘରେ ମଧ୍ୟ ନାଳ ନର୍ଦ୍ଦମା ପାଣି ଘରେ ପସୁଛି କିନ୍ତୁ ବାରମ୍ୱାର ଅଭିଯୋଗ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରିନାହିଁ । ବ୍ରହ୍ମପୁର ମହାନଗରରେ ନାଳ ନର୍ଦ୍ଦମା ସଠିକ୍ ଭାବେ ସଫେଇ ହୋଇପାରୁନଥିବା ବେଳେ ସଫେଇ ନାଁରେ କେନ୍ଦ୍ରରୁ ଆସୁଥିବା ଅର୍ଥକୁ ପ୍ରାଇଭେଟ୍ ସଂସ୍ଥା ହାତକୁ ଟେକି ଦେଇ ସଫେଇ ନାଁରେ ବ୍ୟାପକ ଟଙ୍କା ହେରଫେର କରାଯାଉଛି । ଏହାକୁ ବାତିଲ୍ କରି ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନିତ୍ୱ କରିବା ପାଇଁ ସ୍ଥାନୀୟ କୋର୍ପରେଟରଙ୍କୁ ପ୍ରଧାନ୍ୟ ଦିଆଯାଉ । ବ୍ରହ୍ମପୁରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ସାହି ଗଳି କନ୍ଦିରେ ରାସ୍ତା ଘାଟ ମରଣଯନ୍ତା ପାଲଟିଛି । ବିଜିପୁର ଛକ ଠାରୁ ଅନ୍ଧପସରା ଛକ ପର୍ଯ୍ୟନ୍ତ ଗୋଷାଣୀନୂଆଗାଁ ମେନ୍ ରୋଡ଼ଟି ଖାଲ ଖମାରେ ଭର୍ତ୍ତି ହୋଇରହିଥିବା ବେଳେ ବ୍ରହ୍ମପୁର ସବରେଜିଷ୍ଟାର ଅଫିସ୍ ଠାରୁ ନୀଳକଣ୍ଠ ନଗର ମୁଖ୍ୟ ରାସ୍ତା ଦୀର୍ଘ ଦିନ ହେଲା ଅର୍ଦ୍ଦ ନିର୍ମିତ ହୋଇ ପଡ଼ିରହିଛି ଫଳରେ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି ଏବଂ ଉକ୍ତ ଅଞ୍ଚଳର ଡ଼୍ରେନ୍ ପାଣି ନିସ୍କାସନ ହୋଇନପାରି ତାହା ଗାନ୍ଧୀନଗର ଅଞ୍ଚଳର ଘରେ ଘରେ ପ୍ରବେଶ କରୁଛି । ସହରରେ ସାଧାରଣ ଜନତା ଆଜି ପର୍ଯ୍ୟନ୍ତ ଟାଉନ୍ ବସ୍ ସେବା ପାଇପାରିଲେ ନାହିଁ ଅନ୍ତତଃ ବର୍ଷା ଦିନେ ସହର ବାସୀ ଯେଉଁଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ମହାନଗର ନିଗମ ତରଫରୁ ଡ଼ଙ୍ଗା ବ୍ୟବସ୍ଥା କରିବାକୁ କୁହାଯାଇଛି । ବ୍ରହ୍ମପୁରରେ ଡ୍ରେନେଜର ସ୍ଥାୟୀ ସମାଧାନ ପାଇଁ ସ୍ୱରେଜ୍ ବ୍ୟବସ୍ଥାକୁ ଲାଗୁ କରାଯାଉ । ନୂତନ ଭାବେ ନିର୍ମାଣ ହେଉଥିବା ସ୍ମାର୍ଟ ରୋଡ଼ ନାଁରେ ରାସ୍ତାକୁ ସଙ୍କୁଚିତ କରାଯାଇ ଠିକାଦାର ମାନଙ୍କ ଫାଇଦା ମୁତାବକ କରାଯାଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଅମୃତ ଯୋଜନାରେ ଆସିଥିବା କେନ୍ଦ୍ରୀୟ ଅର୍ଥରେ ନିର୍ମାଣ ହେଉଥିବା ସହରର ସମସ୍ତ ପୋଖରୀ ହୁଡ଼ାରେ ସୌନ୍ଦର୍ଯକରଣ ନାଁରେ ବ୍ୟାପକ ହରିଲୁଟ୍ ହୋଇଛି । ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦଳ ପକ୍ଷରୁ କୁହାଯାଇଛି । ନୀଳକଣ୍ଠେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀ ହୁଡ଼ା ପାର୍ଶ୍ୱରେ ନିର୍ମାଣ ଚଲା ପଥ ରାସ୍ତା ଦୀର୍ଘ ଦିନ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ଯୋଗୁଁ ପ୍ରତିଦିନ ସେହି ରାସ୍ତା ଦେଇ ଯାଉଥିବା ସ୍କୁଲ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ରହ୍ମପୁର ମହାନଗରରେ ବର୍ଦ୍ଦିତ ହୋଲ୍ଡିଂ ଟିକସକୁ ତୁରନ୍ତ ପ୍ରତ୍ୟାହାର କରିବା, ସହରରେ ବୁଲା କୁକୁର ଗାଇ ଗୋରୁଙ୍କୁ ଅବାଧ ବୁଲା ଉପରେ ରୋକ୍ ଲଗାଇବା,ବର୍ଷା ଦିନେ ସହରର ଧାନମେରା ସାହିରେ ଚାଲିଥିବା ବସ୍ତି ଉଛେଦ ପ୍ରକ୍ରିୟା ସ୍ଥଗିତ କରିବା ସହ ଦୀର୍ଘ ଦିନ ହେଲା ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ଘର ପଟା ପ୍ରଦାନ କରିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ଏହି ଦାବୀ ଗୁଡ଼ିକର ତୁରନ୍ତ ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଅହ୍ଲାଇବା ସହ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ପ୍ରତିନିଧି ଦଳ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତିଙ୍କ ନେତୢତ୍ୱରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ନେତା କାମନା ପାଢ଼ୀ, ଡ଼ା.ସୁବାଷ ସାହୁ,କୋର୍ପରେଟର ରଞ୍ଜିତା ବେହେରା,ପ୍ରଦୀପ ଶତପଥି, ଡ଼ି.କରୁଣାକର,ସାବିତ୍ରୀ ନାୟକ, ବନିତା ସାହୁ,ଚିତ୍ତରଞ୍ଜନ ସାହୁ, ସିଏଚ୍.ଆପନା,ବରିଷ୍ଠ ନେତା ତଥା ପୂର୍ବତନ କୋର୍ପରେଟର ରଞ୍ଜିତ୍ ପଟନାୟକ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର,ସୁନିଲ କୁମାର ସାହୁ,ରାମ ସାମଲ,ଶିବ ଶଙ୍କର ନାୟକ, ସରୋଜ ପାତ୍ର,ମଦନ ସାହୁ, କେ.ଟୁଙ୍ଗୁରୁ ପାତ୍ର,ବାଙ୍କାନିଧି ସେଠୀ, କମଲ୍ ପାତ୍ର,ସୁମନ୍ ଶତପଥି,ଧନୁ ପାଣିଗ୍ରାହୀ,ପ୍ରଦୀପ ମିଶ୍ର,ଅର୍ଜୁନ ଜେନା,ପି.ରାଜେନ୍ଦ୍ର କୁମାର ପ୍ରମୁଖ ବହୁ ଦଳୀୟ କାର୍ଯକର୍ତ୍ତାଙ୍କ ସମେତ ଗାନ୍ଧୀନଗର ଅଞ୍ଚଳର ସଞ୍ଜୟ ଚିରପାଲ,ସତ୍ୟନାରାୟଣ ପାଢ଼ୀ,ଭେଙ୍କେଟ୍ ରାମଣା,ଶ୍ରୀନିବାସ ରାଓ,ସୁନିଲ ପଟନାୟକଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.