ଜାତୀୟ ଓପେନ କରାଟେ ପ୍ରତିଯୋଗିତାରେ ବଡ଼ ସଫଳତା

ମାଲକାନଗିରି : ଆନ୍ଧ୍ରପ୍ରଦେଶର ବିଶଖାପାଟନମର ରାଜୀବ ଗାନ୍ଧୀ ଇନଣ୍ଡୋର ଷ୍ଟାଡିୟମରେ ଶେଷ ହୋଇଥିବା ଜାତୀୟ କରାଟେ ଚାମ୍ପିଅନସିପ 2022ରେ ଚମକିଲେ ଓଡିଶା ଛତିଶଗଡ ଟିମ l ଓଡିଶା କେନିୟୁ ରିୟୁର ମୁଖ୍ୟ ପ୍ରଶିକ୍ଷକ ସିହାନ ଭିକି ସାର ଓ ଛତିଶଗଡ କେନିୟୁ ରିୟୁର ମୁଖ୍ୟ ପ୍ରଶିକ୍ଷକ ବସନ୍ତ କୁମାର ଜେନା ଉଭୟ 13ଜଣ କରାଟେ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଜାତୀୟ କରାଟେ ଚାମ୍ପିୟନସିପରେ ଭାଗ ନେଇଥିଲେ l ସେଥିମଧ୍ୟରୁ ଓଡିଶା ଟିମ ଦୁଇଟି ରୌପ୍ୟ ଗୋଟିଏ ବ୍ରୋଂଜ଼ ପଦକ ହାସଲ କରିଥିବା ବେଳେ ଛତିଶଗଡ ଟିମ ତିନୋଟି ବ୍ରୋଂଜ଼ ପଦକ ହାସଲ କରିଥିଲେ l ମୋଟ ଛଅଟି ପଦକ ଜିତିଛନ୍ତି l ଏହି ପ୍ରତିଯୋଗିତାରେ ପ୍ରାୟ 13 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥି ମଧ୍ୟରୁ ମାଲକାନଗିରି ଜିଲ୍ଲାର ଦୀପିକା ମାଡକାମୀ, ଗାଙ୍ଗି ଦୁରୁକା ରୌପ୍ୟ ପଦକ ଓ ମଞ୍ଜୁ ସୀସା ବ୍ରୋଂଜ଼ ପଦକ ହାସଲ କରିଛନ୍ତି ସେହିଭଳି ସୁକମା ଜିଲ୍ଲାର ଆଲୋକ ମଣ୍ଡଳ, ସୁନିତା ଶରୀୟମ, ପବନ କୁମାର ତିନିଜଣ ବ୍ରୋଂଜ଼ ପଦକ ହାସଲ କରିଛନ୍ତି l ଏହି ପ୍ରତିଯୋଗିତାରେ 18ଟି ରାଜ୍ୟର ପ୍ରାୟ ତିନି ହଜାର ଉର୍ଦ୍ଧ ପ୍ରତିଯୋଗିମାନେ ଭାଗ ନେଇଥିଲେ l

nis-ad
Leave A Reply

Your email address will not be published.