ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ

ପୁରୀ: ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବନ୍ୟାଜଳ ଘେରରେ ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ପାଖରେ ପହଞ୍ଚି ରିଲିଫ ବାଣ୍ଟିଛନ୍ତି ବିଧାୟକ । ଆଜି ସକାଳେ ପୁରୀ କୃଷ୍ଣପୁର ପଞ୍ଚାୟତରେ ବିଜେପିର ଜାତୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡଙ୍ଗୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଟ୍ରଲି ସାହାଯ୍ୟରେ ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ। ତୁରନ୍ତ ଏହି ସବୁ ଅଞ୍ଚଳରୁ କିଭଳି ଜଳ ନିଷ୍କାସନ କରାଯିବ ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।

nis-ad
Leave A Reply

Your email address will not be published.