ବିଦେଶୀ ମୁଦ୍ରା ନାଁରେ ବ୍ୟବସାୟୀଙ୍କ ଠାରୁ ନେଇଗଲେ ୨ ଲକ୍ଷ ଟଙ୍କା

କଟକ: ବିଦେଶୀ ମୁଦ୍ରା ନାଁର ଠକେଇ । କଟକ ବକ୍ସିବଜାରର ବ୍ୟବସାୟୀ ମହମ୍ମଦ ମୋଇଉଦ୍ଦିନଙ୍କୁ ଠକି ନେଲେ ଦୁର୍ବୃତ୍ତ । ବିଦେଶୀ ନୋଟ୍‌ ନାଁରେ ମୋଇଉଦ୍ଦିନଙ୍କୁ ଠକ ଦେଲେ କାଗଜବିଡ଼ା । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, କଟକ ବକ୍ସିବଜାରର ମହମ୍ମଦ୍ ମୋଇଉଦ୍ଦିନଙ୍କୁ ଜଣେ ଯୁଵକ ସାଉଦି ଆରଵର ମୁଦ୍ରା ରିୟାଲ ଵଦଳରେ ଭାରତୀୟ ମୁଦ୍ରା ଦେଵା ପାଇଁ ପ୍ରସ୍ତାବ ଦେଇଥିଲେ।

ହଜ୍ ଯିବା ସମୟରେ ଏହି ମୁଦ୍ରା କାମରେ ଆସିବ ଓ ବିନିମୟ ମୁଲ୍ୟଠାରୁ ଢେର୍ ଅଧିକ ଟଙ୍କା ଦେବା ପାଇଁ ସମ୍ପୃକ୍ତ ଯୁବକ କହିଥିଲେ। ଏଭଳି ପ୍ରଲୋଭନରେ ଆସି ମୋଇଉଦ୍ଦିନ୍ ଅସଲି ସାଉଦି ମୁଦ୍ରା ଦେଖିବାକୁ ଯାଇଥିଲେ। ରିୟାଲ ଦେଖିବା ପରେ ପ୍ରାୟ ତିନି ଲକ୍ଷ ଟଙ୍କାର ଭାରତୀୟ ବିନିମୟ ମୁଲ୍ୟର ରିୟାଲକୁ ସମ୍ପୃକ୍ତ ଯୁବକ ଦୁଇ ଲକ୍ଷ ଟଙ୍କାରେ ଦେବାକୁ କହିଥିଲେ। ଏଥିପାଇଁ ସେ ମୋଇଉଦ୍ଦିନଙ୍କୁ ଭୁବନେଶ୍ୱର ବାଣୀବିହାର ଛକକୁ ଡାକିଥିଲେ।

ତେବେ ମୋଇଉଦ୍ଦିନ୍ ପହଞ୍ଚିଵା ପରେ ସମ୍ପୃକ୍ତ ଯୁବକ ଗାମୁଛାରେ ଗୁଡା ହୋଇଥିବା ବିଦେଶୀ ମୁଦ୍ରା ରିୟାଲକୁ ଧରାଇ ଦେଇ ଦୁଇ ଲକ୍ଷ ଟଙ୍କା ନେଇ ପାର୍ ହୋଇଯାଇଥିଲେ। ମାତ୍ର ମୋଇଉଦ୍ଦିନ୍ ଗାମୁଛା ଫିଟାଇ ଦେଖିଥିଲେ, ଖବରକାଗଜ ବିଡାର ଉପରେ ଗୋଟିଏ ସାଉଦି ରିୟାଲ ରଖି ଦୁଇ ଲକ୍ଷ ନେଇ ପଳାଇଥିଲେ ସମ୍ପୃକ୍ତ ଯୁବକ । ମୋଇଉଦ୍ଦିନଙ୍କୁ ମୁଦ୍ରା ଆକୃତିରେ ଖବରକାଗଜକୁ ଗୁଡାଇ ଗାମୁଛାରେ ବାନ୍ଧି ଦେଇଥିଲେ ସମ୍ପୃକ୍ତ ଯୁବକ। ଏବାବଦରେ ମୋଇଉଦ୍ଦିନ୍ ଭୁବନେଶ୍ୱର ବଡଗଡ ଥାନାରେ ଏତଲା ଦେଇଛନ୍ତି।

nis-ad
Leave A Reply

Your email address will not be published.