୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଠାରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡିଶା ହେବ ପ୍ରଭାବିତ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରୀ କରାଯାଇଛି । ଭଦ୍ରକ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱର୍ଣ୍ଣିଂ ପାଣିପାଗ ବିଭାଗ ଜାରୀ କରିଛି ।

ସେହିପରି ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ ହୋଇଛି । ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧା । ବୁଧବାର ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ୱର୍ଣ୍ଣିଂ ଜାରୀ ହୋଇଛି ।

nis-ad
Leave A Reply

Your email address will not be published.