ଅବହେଳିତ ଅବସ୍ଥାରେ ଆୟୁବୈଦିକ ମହାବିଦ୍ୟାଳୟ : ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଛାତ୍ର ସଂସଦ ସଦସ୍ୟ

ବ୍ରହ୍ମପୁର : ଆଙ୍କଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବୈଦିକ ମହାବିଦ୍ୟାୟରେ ରହିଥିବା ବିଭିନ୍ନ ସମସ୍ୟାକୁ ଛାତ୍ର ସଂସଦ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ଏକ ମାତ୍ର ଆୟୁବୈଦିକ ମହାବିଦ୍ୟାଳୟ ଭାବେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବୈଦିକ ମହାବିଦ୍ୟାୟ ଆଙ୍କଶପୁର ଠାରେ ରହିଛି । ଏହା ବହୁ ପୁରାତନ ଆୟୁବୈଦିକ ମହାବିଦ୍ୟାଳୟ ହୋଇଥିବା ବେଳେ ଏହି ମହାବିଦ୍ୟାଳୟରେ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥି ସହିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବର୍ହିବିଭାଗ ଚିକିତ୍ସାକେନ୍ଦ୍ରରେ ନିୟମିତ ଭାବେ ୧୦୦ରୁ ଉର୍ଦ୍ଧ୍ୱ ରୋଗୀ ଏବଂ ଅନ୍ତେବାସୀ ନିର୍ଭର ରହିଛନ୍ତି । ତେବେ ଏହି ମହାବିଦ୍ୟାଳୟରେ ଆବଶ୍ୟକ ପରିମାଣର ଅଧ୍ୟାପକ, ଅଧ୍ୟାପିକା କିମ୍ବା କାର୍ଯ୍ୟାଳୟ କର୍ମଚାରୀ ନାହାଁନ୍ତି । ଫଳରେ ପାଠ ପଢ଼ା ସହ ଚିକିତ୍ସାସେବା ଯୋଗାଇବା କ୍ଷେତ୍ରରେ ମଧ୍ୟ ଅସୁବିଧା ପରିଲିକ୍ଷିତ ହୋଇଛି । ଆଜି ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ବିଶ୍ୱମ୍ବର ଖୁଟିଆଙ୍କ ନେତୃତ୍ୱରେ ବହୁ ବିଦ୍ୟାର୍ଥୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଚିଂ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ । ମହାବିଦ୍ୟାଳୟରେ ବିଷୁଦ ପାନୀୟଜଳ ବ୍ୟବସ୍ଥା କରିବା, ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଆର୍ବନ ଗାର୍ଡ଼େନ ପୋଖରୀର ପୁର୍ନରୁଦ୍ଧାର କରିବା, ଉତମ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକିୟ କ୍ଲାସ୍ ରୁମ୍ ଏବଂ ସ୍ମାଟ୍ କ୍ଳାସ୍ ରୁମ୍ ନିର୍ମାଣ କରିବା, କଲେଜ ପରିସରରେ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରିବା, ଆଦି ଦାବୀ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଛାତ୍ର ସଂସଦ । ଏହି ଅବସରରେ ସାଧାରଣ ସଂପାଦକ ପ୍ରତିକ ନନ୍ଦ, ସଂପାଦିକା ଶିବାଙ୍ଗି ସାହୁ, ଅମ୍ରିତା ପ୍ରଧାନ, ପୂର୍ବତନ ସରପଚଂ ନରସିଂହ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ଏହି ମହାବିଦ୍ୟାଳୟର ବିକାଶ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି।

nis-ad
Leave A Reply

Your email address will not be published.