ବ୍ରହ୍ମପୁର(22/8) : ବିଶିଷ୍ଟ ସମାଜସେବୀ ବଂଶୀଧର ଭୂୟାଁ ଙ୍କ 80ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଆଜି ଗୋକୁଳ ଧାମ ଠାରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଭୂମିକା ଶୀର୍ଷକ ଏହି ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ଓଁ ହାସ୍ୟ କ୍ଲବ ର ସଭାପତି ଦେବରାଜ ଦାଶ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ଓ କୃଷି ବିଶେଷଜ୍ଞ ଡ. ଡମ୍ବୁରୁ ଧର ସାହୁ ଯୋଗ ଦେଇଥିବାବେଳେ 11ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ଏଥିରେ ରମେଶ ଚନ୍ଦ୍ର ଗୌଡ଼ ପ୍ରଥମ ସ୍ଥାନ, ହରିବନ୍ଧୁ ମହାପାତ୍ର ଦ୍ୱିତୀୟ ଓ ବିଜୟ ଚନ୍ଦ୍ର ବିଶୋଇ ତୃତୀୟ ସ୍ଥାନ କୃତିତ୍ୱ ଅର୍ଜନ କରିଛନ୍ତି l ପ୍ରତିଯୋଗିତା ପରେ ସମାଜସେବୀ ବଂଶୀଧର ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରାଯାଇ ପୁଷ୍ପ ଗୁଚ୍ଛ, ଉପଢୌକନ ପ୍ରଦାନ କରାଯାଇଛି l ପ୍ରକାଶଯୋଗ୍ୟ ଯେ, ଶ୍ରୀ ଭୂୟାଁ ସୁନାମଧନ୍ୟ ପୂଜ୍ୟ ପୂଜା ସମିତିର ସଭାପତି ଭାବେ ଓ ଓଁ ହାସ୍ୟ କ୍ଲବ ର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇବା ସହ ମାନବ ଅଧିକାର ସୁରକ୍ଷା ମଞ୍ଚ ର ସ୍ୱାସ୍ଥ୍ୟ ଅଧିକାର ଲଢେଇ ତଥା ଘଣ୍ଟ ଯାତ୍ରା ଆନ୍ଦୋଳନର ଜଣେ ସକ୍ରିୟ କର୍ମୀ ଭାବେ ଜଣାଶୁଣା l ଆଜିର ଏହି କାର୍ଯ୍ୟକ୍ରମକୁ ଏସ. ସlମ୍ବଶିବା ରାଓ, ସୁରେନ୍ଦ୍ର ନାଥ ପଣ୍ଡା, ଗଗନ ଚନ୍ଦ୍ର ମଲ୍ଲିକ,ଦୈତ୍ୟlରୀ ବେହେରା,ଅମୁଲ୍ୟ ପଣ୍ଡା, ଟି. ନାଗେଶ୍ୱର ରାଓ, ରଞ୍ଜନ କୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ମଣ୍ଡଳ, ଦେବରାଜ ଗୌଡ଼, ଦୁର୍ଗା ଚରଣ ମିଶ୍ର, ଟି. ରୁଷି, ପ୍ରକାଶ ଚନ୍ଦ୍ର ପାଢ଼ୀ, କେ. ଧର୍ମା ରାଓ, ନୃସିଂହ ବେହେରା, କେ. ଗୁରୁମୂର୍ତ୍ତି, ଡ଼. ରାଜେନ୍ଦ୍ର କୁମାର ତ୍ରିପାଠୀ, ସଦାନନ୍ଦ ବେହେରା,ପ୍ରଶାନ୍ତ କୁମାର ଭୂୟାଁ, ପ୍ରଦୀପ ଶତପଥୀ,ରାମଚନ୍ଦ୍ର ସାହାଣୀ, ପ୍ରଦୀପ କୁମାର ସାବତ, ଜଟେଶ୍ୱର ସାବତ ପ୍ରମୁଖ ପ୍ରାୟ ଶତାଧିକ ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.