ଛତ୍ରପୁର ଥାନା ସମ୍ମୁଖରେ ବାଇକ ଦୁର୍ଘଟଣା

ଛତ୍ରପୁର : ଛତ୍ରପୁର ଥାନା ସମ୍ମୁଖ ରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ତିନିଜଣ ଯୁବକ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l l ଆହାତ ତିନିଜଣ ଜଣ ହେଲେ ଛତ୍ରପୁର ଅଂଚଳ ର ଶୁଭଙ୍କର ମିଶ୍ର, ଶୁଭଦୀପ ସାହୁ ଓ ବାସୁଦେବ ସାହୁ ଏବଂ ଗୁରତର ଜଣ ଙ୍କ ହେଲେ ତାରାତାରିଣୀ ଅଂଚଳ ର ବାବୁ ବେହେରା ନାମକ ଯୁବକ ବୋଲି ସୂଚନା ମିଳିଛି l ସୂଚନା ଯୋଗ୍ୟ ଯେ, ଗୋଟିଏ ବାଇକ ଯୋଗେ ଶୁଭଙ୍କର ମିଶ୍ର, ଶୁଭଦୀପ ସାହୁ ଓ ବାସୁଦେବ ସାହୁ ଆସୁଥିବା ବେଳେ ଆଉ ଏକ ଯୋଗେ ବାଇକ ବାବୁ ବେହେରା ନାମକ ଯୁବକ ଯାଉଥିବା ବେଳେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା l ଯାହା ଫଳରେ ଆହାତ ମାନଙ୍କୁ ଚିକିତ୍ସା ନିମନ୍ତେ ଛତ୍ରପୁର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ବାବୁ ବେହେରା ଙ୍କ ଅବସ୍ଥା ଗୁରତର ଥିବା ରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ପୋଲିସ ଦୁଇଟି ବାଇକ କୁ ଜବତ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି l ବାବୁ ବେହେରା ଙ୍କ ଘର ତାରାତାରିଣୀ ହୋଇଥିଲେ ସୁଦ୍ଧା ସେ ଛତ୍ରପୁର ର ଏକ ଫାଷ୍ଟଫୁଡ ଦୋକାନ ରେ କାର୍ଯ୍ୟ କରୁଥିଲେ l

nis-ad
Leave A Reply

Your email address will not be published.