ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ, ବ୍ଲାକମେଲରୁ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ

ଭୁବନେଶ୍ୱର: ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ । ବ୍ଲାକମେଲରୁ ଶ୍ୱେତା ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୋଲିସ ୩୦୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଶ୍ୱେତାଙ୍କ ରୁମରୁ ଏକ ଡାଏରୀ ଜବତ ହୋଇଛି ।

ସେହି ଡାଏରୀରେ ପୁରୁଷ ବନ୍ଧୁ ସୌମ୍ୟଜିନ ନାମକ ଜଣେ ପୁରୁଷଙ୍କ ନାମ ଲେଖା ହୋଇଛି । ସେ ସୌମ୍ୟଜିତଙ୍କୁ ବହୁତ ଭଲ ପାଉଥିଲେ ବୋଲି ଉଲ୍ଲେଖ କରିଛନ୍ତି ।

ତେବେ ଏନେଇ ପୋଲିସ ଖୁବଶୀଘ୍ର ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ପଚରାଉଚରା କରିପାରେ । ପ୍ରେମ ସମ୍ପର୍କକୁ ନେଇ ଶ୍ୱେତା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.