ରାଉରକେଲା: ଦବିଗଲା ଓଡିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପୋଲ । କୋଏଲ ନଦୀ ଉପରେ ଝାଡ଼ଖଣ୍ଡର ମନୋହରପୁର ନିକଟ ଦାନାପାଲି ପୋଲ ଦବି ଯାଇଥିବା ଜଣାପଡ଼ିଛି । ଫଳରେ ଦୁଇ ରାଜ୍ୟ ମଧ୍ୟରେ ଯାତାୟତରେ ବିଧା ସୃଷ୍ଟି ହୋଇଛି । ଓଡ଼ିଶାର ରାଉରକେଲା ଓ ଝାଡ଼ଖଣ୍ଡର ମନୋହରପୁର ମଧ୍ୟରେ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି ।
ପୋଲ ନିର୍ମାଣ ପରେ ଅଳ୍ପ ଦବିଥିଲା । କିନ୍ତୁ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୋଲ ଅଧିକ ଦବି ଯାଇଛି । ଏବେ ବିପଦ ସଂକୁଳ ଅବସ୍ଥାରେ ପାଲଟି ରହିଛି । ତେଣୁ ଝାଡ଼ଖଣ୍ଡ ପୋଲିସ ପୋଲ ଉପରେ ଯିବା ଆସିବା କରିବା ଉପରେ ନିଶିଦ୍ଧାଦେଶ ଜାରି କରିଛି ।