ମନୀଷ ସିସୋଦିଆଙ୍କ ପାଇଁ ବଢୁଛି ଅଡୁଆ, ସିବିଆଇ ଜାରି କଲା ଲୁକଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ । ଅବକାରୀ ନୀତିକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା ପିଛା ଛାଡୁନି । ସିବିଆଇ ତାଙ୍କ ଘରେ ରେଡ୍ କରିବା ପରେ ଏବେ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାଁରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ।

ସବୁଠାରୁ ବଡ କଥା ହେଉଛି ଯେ, ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ନାଁ ଲୁକଆଉଟ ନୋଟିସରେ ସାମିଲ ନାହିଁ ।

ତେବେ ପୂର୍ବରୁ ଶନିବାର ସାମ୍ବାଦିକ ସମ୍ମିଳନୀ କରିଥିଲେ ସିସୋଦିଆ । ଗିରଫଦାରୀ ଆଶଙ୍କା କରିଥିଲେ ସେ। ସେ କହିଥିଲେ ଯେ, ୨/ ୩ ଦିନ ମଧ୍ୟରେ ସିବିଆଇ ତାଙ୍କୁ ଗିରଫ କରିପାରେ । କିନ୍ତୁ ଏଥିରେ ସେ ଭୟଭୀତ ନାହାଁନ୍ତି । କେଜରିଓ୍ବାଲଙ୍କ ସରକାରରେ ମନ୍ତ୍ରୀ ଥିବାରୁ କେନ୍ଦ୍ର ସରକାର ଆକ୍ରୋଶମୂଳକ ଭାବେ ଏଭଳି କରୁଛନ୍ତି।

ସାମ୍ବାଦିକ ସମ୍ମିଳନୀର ୨୪ ଘଣ୍ଟା ନପୁରୁଣୁ ୧୪ ଜଣଙ୍କ ବିରୁଦ୍ଧରେ ଲୁକଆଉଟ ନୋଟିସ୍‌ ଜାରି କରାଯାଇଛି । ଏହି ଆଧାରରେ ବର୍ତ୍ତମାନ ସିବିଆଇ ସ୍କାନରେ ଥିବା ୧୪ ଜଣ ବ୍ୟକ୍ତି ଦେଶ ଛାଡି ଯାଇପାରିବେ ନାହିଁ । ଯଦି କେହି ବି ଏଭଳି କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ।

ଲୁକଆଉଟ୍ ନୋନିସ ପରେ ସିସୋଦିଆଙ୍କ ଟ୍ୱିଟ୍

ଅନ୍ୟପଟେ ସିବିଆଇ ଦ୍ବାରା ଲୁକଆଉଟ୍‌ ନୋଟିସ ଜାରି କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ଟ୍ବିଟ୍‌ କରିଛନ୍ତି ମନୀଷ । ଏଥିରେ ସେ ଲେଖିଛନ୍ତି, ମୌସୁମୀ ବି ଧିରେଧିରେ ବଦଳେ । ହେଲେ ଆପଣଙ୍କ ଗତି ଦେଖି ତ ପବନ ବି ଚକିତ ହୋଇଯିବ ସାର୍ ।

nis-ad
Leave A Reply

Your email address will not be published.