ଢୋଲ ଭିତରେ ମୂଷା.. ! ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ହୋଇଛି ଜାଲ ବିପିଏଲ କାର୍ଡ..!

ମାଲକାନଗିରି,: ଧନ୍ୟ ତୁମେ ସରକାର ଧନ୍ୟ ତୁମ ପ୍ରଶାସକ ଗରିବଙ୍କ ପାଇଁ ହେଉଥିବା ଯୋଜନା କିଭଳି ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ହଡ଼ପ ହୁଏ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଚଞ୍ଚକତା କରି ସରକାରୀ ସୁବିଧା ପାଉଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ପଦସ୍ଥ ଅଧିକାରୀ ନିଜ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ କରାଇ ପୌର ପରିଷଦରେ ଖଜଣା ଫାଙ୍କିବା ପାଇଁ ଏଭଳି ଚଞ୍ଚକତା କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ବିପିଏଲ କାର୍ଡ ପ୍ରସ୍ତୁତୁ କରୁଥିବା କର୍ମଚାରୀ ମାନେ ମଧ୍ୟ ଏହି ଚଞ୍ଚକତର କିଭଳି ସୁରାକ ପାଇଲେ ନାହି ନା ଅଧିକାରୀଙ୍କ ଚପରେ ପଦଦି ଏଭଳି ମିଥ୍ୟା ବିପିଏଲ କାର୍ଡ କରିଛନ୍ତି ତାହା ସବୁଠାରୁ ବଡ ପ୍ରଶ୍ନ । ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଲୟର ଜରୁରୀକାଳୀନ ବିଭାଗର ସହକାରୀ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲଲିତ ମଣ୍ଡଳ ନାମକ ଅଧିକାରୀଙ୍କ ସ୍ତ୍ରୀଙ୍କ ନାମରେ ଏହି ବିପିଏଲ କାର୍ଡଟି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ତେବେ ମୁନିସିପାଲିଟି ଲ୍ୟାଣ୍ଡ ରାଇଟ ଜମି ପଟ୍ଟା ପ୍ରଦାନ ପାଇଁ ଏହି ବିପିଏଲ କାର୍ଡକୁ ବ୍ୟବହାର କରି ସରକାରଙ୍କୁ ଖଜଣା ଫଙ୍କୂଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ଯେଉଁ ଲୋକେ ସରକାରୀ ଜାଗାରେ ରହି ଆସୁଛନ୍ତି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ମୁନିଶିପାଲଟି ଲ୍ୟାଣ୍ଡ ରାଇଟ ଜମି ପଟ୍ଟା ପ୍ରଦାନ କରାଯିବ । ତେବେ ଏହି ପଟ୍ଟା ପାଇଁ ବିପିଏଲ ଧାରୀ ପ୍ରାୟ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବା ବେଳେ ଆର୍ଥିକ ସ୍ଵଚ୍ଛଳ ଲୋକଙ୍କୁ ଏହି ପ୍ରମାଣ ପତ୍ର ପାଇଁ ପ୍ରାୟ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡିବ । ମାଲକାନଗିରି ପୌର ପରିଷଦରେ ମଧ୍ୟ ଏହି ନିୟମ ଅନୁଯାୟୀ ଅନେକ ଲୋକେ ପଟ୍ଟା ପାଇଛନ୍ତି । ଏହି ଅଧିକ ଖଜଣା ଦେବାରୁ ବର୍ତ୍ତିବା ପାଇଁ ଲଳିତ ମଣ୍ଡଳଙ୍କ ସ୍ତ୍ରୀ ବିନୋତା ରାଣୀ ମଣ୍ଡଳଙ୍କ ନାମରେ ଚଞ୍ଚକତା କରି ବିପିଏଲ କାର୍ଡ କରାଇ ସେହି କାର୍ଡ ମାଧ୍ୟମରେ ନିଜ ଅଧୀନରେ ଥିବା ସରକାରୀ ଜାଗାର ମୁନିଶିପାଲଟି ଲ୍ୟାଣ୍ଡ ରାଇଟ ଜମି ପ୍ରମାଣ ପତ୍ର ବା ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ବିପିଏଲ କାର୍ଡରେ ସ୍ବାମୀଙ୍କ ନାମ ରହିବା ନିୟମ ଥିବା ବେଳେ ସେଠାରେ ସେ ତାଙ୍କ ପିତାଙ୍କ ନାମ ବିମଲ ମଣ୍ଡଲ ବୋଲି କାର୍ଡ ନମ୍ବର ୨୧୦୯୧୩୧୧୪୦୦ରେ ଉଲ୍ଲେଖ କରିଛନ୍ତି । ଆବେଦନକୁ ଭିତ୍ତି କରି ଏବଂ ବିପିଏଲ କାର୍ଡ ଥିବାରୁ ତାଙ୍କୁ ସ୍ୱଳ୍ପ ଖଜଣାରେ ସେହି ପ୍ରମାଣ ପତ୍ର ମିଳି ଯାଇଥିବା ବେଳେ ଜଣେ ସରକାରୀ ଅଧିକାରୀ ଓ ସହକାରୀ ଜିଲ୍ଲାପାଳ ସ୍ତ୍ରୀଙ୍କ ନାମରେ କିଭଳି ରୂପେ ବିପିଏଲ କାର୍ଡ ହେଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ଯେ ସହକାରୀ କଲେକ୍ଟରଙ୍କ ପତ୍ନୀ ଶ୍ରୀମତୀ ମଣ୍ଡଳଙ୍କ ନାମରେ ଜାରି ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଉଛି । ତେବେ ସରକାର ୫ଟି ଓ ମୋ ସରକାର କଥା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ମାଲକାନଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସାଧାରଣ ଲୋକେ ଯେଉଁମାନେ ବିପିଏଲ କାର୍ଡ ପାଇବାକୁ ଯୋଗ୍ୟ ସେମାନେ କାର୍ଡ ଖଣ୍ଡେ ପାଇବା ପାଇଁ ନାକେଦମ ହେବୁଥିବା ବେଳେ ଜଣେ ସରକାରୀ ବାବୁ କିଭଳି ନିଜ କ୍ଷମତାର ଅପ ବ୍ୟବହାର କରି ଏଭଳିଜାଲ କାର୍ଡ ପ୍ରସ୍ତୁତ କରିଛନ୍ତି ତାହାର ତଦନ୍ତ ସାପେକ୍ଷ ।

nis-ad
Leave A Reply

Your email address will not be published.