ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ : ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ବ୍ୟାରେଜକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଯୁବତୀଙ୍କୁ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ତାଙ୍କୁ କୂଳରେ ପହଞ୍ଚାଇଥିଲେ। ତେବେ, ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକେ ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ । ସ୍ଥାନୀୟ କିଛି ଲୋକ ଗେଟ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ କୂଳରେ ପହଞ୍ଚାଇ ଥିଲେ ।

ଦୁଃଖ ଏବଂ ପରିତାପର ବିଷୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ଯୁବତୀକୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସାଳୟକୁ ପଠାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାହିଁକି ଯୁବତୀ ଜଣକ ଆତ୍ମହତ୍ୟା କରିବାକୁ ଯାଉଥିଲେ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

nis-ad
Leave A Reply

Your email address will not be published.