କୋରାପୁଟ ଗାନ୍ଧୀନଗରରେ ପାଇଖାନା କାନ୍ଥ ଭୁଷୁଡ଼ି ନାବାଳକର ମୃତ୍ୟ

କୋରାପୁଟ: କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ନୂଆଁ ସାହିର ସୁମନ୍ତ କୁମାର ଭାତ୍ରାଙ୍କ ବଡ ପୁଅ ପ୍ରୀୟାସୁ ଭାତ୍ରା ସ୍ଥାନୀୟ ବିକାଶ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିଲେ। ଆଜି ଶନିବାର ଭୋର୍ ୫ ଟା ରେ ଶୌଚ ହେବା ପାଇଁ ପାଇଖାନା ଯାଇଥିବା ବେଳେ ପାଇଖାନାଟି ହଠାତ ଭୁଶୁଡ଼ି ପଡ଼ିଥିଲା।

ଯାହା ଫଳରେ ପ୍ରୀୟାଂଶୁ ପାଇଖାନାର କାନ୍ଥ ତଳେ ଚାପିହୋଇ ରହିଯାଇଥିଲେ। ସଙ୍ଗେ ସଙ୍ଗେ ଘର ଲୋକେ ଓଡ୍ରାଫ ଟିମକୁ ଖବର ଦେଇଥିଲେ। ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ସେତେବେଳେକୁ ଶିଶୁଟିର ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଟାଉନ ପୋଲିସ ସହିତ କଉନସିଲର ପହଞ୍ଚିଥିଲେ। ମୃତ ଦେହକୁ ବ୍ୟବଛେଦ ନିମନ୍ତେ କୋରାପୁଟ ହସପିଟାଲକୁ ନିଆଯାଇଥିବା ଜଣାପଡ଼ିଛି। ପରିବାରବର୍ଗଙ୍କୁ ହରିଶ୍ଚଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.