ଶିଶୁଭବନ ସ୍ଥିତି ସମୀକ୍ଷା କଲେ CMC କମିଶନର ଓ ମେୟର

କଟକ: ଶିଶୁ ଭବନର ନବୀକରଣ କାର୍ଯ୍ୟକୁ ତଦାରଖ କରିଛନ୍ତି କଟକ ମେୟର ଓ କମିଶନର(Cuttack mayor and CMC Commissioner Visit Sishu Bhawan ) । ଶିଶୁଭବନରେ ଜାରି ରହିଥିବା ନବୀକରଣ କାର୍ଯ୍ୟର ରୂପରେଖକୁ ସମୀକ୍ଷା କରିବା ସହ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଶିଶୁଭବନରେ ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଜାରି ରହିଥିବା କହିଛନ୍ତି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ମହାନଗର ନିଗମ(CMC) ମେୟର ସୁବାଷ ସିଂ, ”ସେ କହିଛନ୍ତି ଶିଶୁ ଭବନ ଓଡିଶାର ଗର୍ବ ଆଉ ଗୌରବ । ଏହାର ନବୀକରଣ ଫୁଲ ଫେଜରେ କରାଯାଉଛି । ଏପରିକି ଏହି ନବକଳେବରରେ ଡାକ୍ତରମାନଙ୍କ ପାଇଁ ସ୍ବତନ୍ତ୍ର ବାସଗୃହର ସୁବିଧା, ନସିଂ ଛାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ବାସଗୃହ ସହ ରୋଗୀମାନଙ୍କ ସମ୍ପର୍କୀୟମାନେ ରହିବା ପାଇଁ ସ୍ଵତନ୍ତ୍ର ଘର ପ୍ରଭୃତି ତିନୋଟି ନୂଆ ବିଲଡିଂ ନିର୍ମାଣ ହେବ ।”

ରାଜ୍ୟ ସରକାରଙ୍କୁ ମେୟର ଓ କମିଶନର ପ୍ରସ୍ତାବ ଦେବା ସହିତ ଖୁବଶୀଘ୍ର ଏହାର ନକ୍ସା ପ୍ରସ୍ତୁତ ହେବ ବୋଲି ମେୟର କରିଛନ୍ତି । ଏହି ସମୀକ୍ଷା ସମୟରେ ଶିଶୁ ଭବନ ଅଧ୍ୟକ୍ଷ ପ୍ରଫେସର ଜ୍ଞାନ ରଞ୍ଜନ ବେହେରା, ଡେପୁଟି ସୁପରିଟେଡେଣ୍ଟ ଡ଼ଃ ବବଲିନା ମହାନ୍ତି, ପ୍ରଶାସନିକ ଅଧକାରୀ ସୁନିତା ସିଂ ଓ ପୂର୍ତ୍ତ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.