ସ୍କୁଲରେ ବଜ୍ରପାତ, ୧୦ପିଲା ଗୁରୁତର

ଦେବଗଡ : ରାଜ୍ୟରେ ଗୋଟିଏ ପଟେ ବନ୍ୟାର ଭୟଙ୍କର ସ୍ଥିତି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁଣି ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟବାସୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏହାରି ଭିତରେ ଏକ ଦୁôଖଦ ଘଟଣା ସାମ୍ନାକୁ ଆସିଛି । ସ୍କୁଲରେ ବଜ୍ରପାତ ହୋଇ ୧୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଘଟଣାଟି ଘଟିଛି ତିଲେଇବଣି ବ୍ଲକ ପୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ।

ସୂଚନା ଅନୁସାରେ ସ୍କୁଲରେ ପାଠପଢା ଚାଲିଥିବାବେଳେ ବଜ୍ରପାତ ହୋଇଥିଲା । ବଜ୍ରପାତର ଶଦ୍ଧ ଏତେ ଭୟଙ୍କର ଥିଲା ଯେ, ପିଲାମାନେ ଭୟଭୀତ ହୋଇଯାଇଥିଲେ। ସେଠାରେ ଥିବା ୧୦ଜଣ ପିଲା ଗୁରୁତର ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଚିକିସôା କରାଯାଉଛି । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବାରୁ ପିଲାମାନଙ୍କ ପରିବାର ଓ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

nis-ad
Leave A Reply

Your email address will not be published.