ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଗଲା ବାଳକ

ଭଦ୍ରକ: ନଦୀରେ ଭାସି ଗଲା ୧୪ ବର୍ଷର ବାଳକ । ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ କୌଣସି କାରଣରୁ ଗୋଡ ଖସିଯାଇ ବାଳକଟି ନଦୀରେ ଭାସିଯାଇଛି । ନିଖୋଜ ବାଳକ ଜଣକ ହେଲା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଇରିଆବାଙ୍କ ଗ୍ରାମର ରାହୁଲ ସେଠୀ ।

ରାହୁଲକୁ ନ ପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସ୍ଥାନୀୟ ଲୋକେ ମିଶି ବାଳକକୁ ନଦୀରେ ଖୋଜିଥିଲେ । ଖୋଜି ନ ପାଇବାରୁ ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ହେଲେ ବାଳକର ଏପର୍ଯ୍ୟନ୍ତ ଖୋଜ ଖବର ମିଳି ପାରି ନାହିଁ । ନିଖୋଜ ନାବାଳକର ଘର ବେତାଳି ଗାଁ ହୋଇଥିବା ବେଳେ ମାମୁଁ ଘରେ ରହି ପାଠ ପଢୁଥିଲା । ତେବେ ଆଜି ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲା । ତେବେ ନଦୀର ପାଣି ଅଧିକ ଥିବାରୁ ବାଳକର ପତ୍ତା ମିଳି ପାରିନାହିଁ ।

nis-ad
Leave A Reply

Your email address will not be published.