ବାଲି ଚୋରା ଚାଲାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ବାଲି ଚୋରା ଚାଲାଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ଅଭିଯୋଗ କ୍ରମେ, ଜୟଦେବ ବିଧାନସଭା କ୍ଷେତ୍ରର ବାଲିଅନ୍ତାରେ ରହିଛି ଦୁଇଟି ନଦୀ, ସ୍ୱେଗିଡି଼କ ହେଉଛି କୁଆଖାଇ ଏବଂ କୁଷଭଦ୍ରା।

ଏବେ ଏହି ନଦୀ କୂଳରୁ ବାରମ୍ବାର ବେଆଇନ ବାଲି ଚୋରା ଚାଲାଣ ହେଉଛି । ତେବେ ରାଜଧାନୀ ଠାରୁ କମ କିଲୋମିଟର ଦୂରରେ ଥିବା ବାଲିଅନ୍ତା ବ୍ଲକରେ ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିଲେ ବି ପ୍ରଶାସନ ସବୁ ଜାଣି ଚୁପ ରହିଛି ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ ।

ତେବେ ଏହି ଘଟଣାକୁ ନେଇ ଦୁଇ ଦୁଇ ଥର ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଛି । ଏଥିସହ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ବାରମ୍ବାର ଅଭିଯୋଗ କରୁଛନ୍ତି। ଏହା ଜାଣିବା ସତ୍ୱେ ବି ଏଯାବତ ନିରବ ରହିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ନିୟମକୁ ଭାଙ୍ଗି ଏଠାରେ ବାଲି ଉଠାଯାଉଛି । ଏଥିସହ ସୂର୍ଯ୍ୟାସ୍ତ ପରେ ବାଲି ଉଠାଇବା ମନା ଓ ବ୍ରିଜ ପାଖରୁ ବାଲି ଉଠାଇବା ନିୟମ ନାହିଁ । ନିୟମକୁ ଉଲଂଘନ କରି ହଜାର ହଜାର ଟନ ବାଲି ଉଠାଯାଇ ଚୋରା ଚାଲାଣ କରାଯାଉଛି । ତେବେ ଏଥିରେ ଶାସକ ଦଳର ପ୍ରଭାବଶାଳୀ ନେତା ମଧ୍ୟ ସାମିଲ ଅଛନ୍ତି । ତେବେ ଏ ନେଇ ସବୁ ଜାଣି ବି ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଚୁପ ହୋଇ ବସିଛି ।

nis-ad
Leave A Reply

Your email address will not be published.