ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ମାରାଥନ ଦୌଡ଼ କାର୍ଯ୍ୟକ୍ରମ…


ସୁନ୍ଦରଗଡ଼ : ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଅଗଷ୍ଟ ୨୯ ତାରିଖ ଦିନ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୌଡ଼ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଆୟୋଜିତ ହେବାର ସ୍ଥିରୀକୃତ ହୋଇଛି। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସଂପାଦକଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଦୌଡ଼ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଭାବରେ ଚାରୋଟି ବର୍ଗରେ କରାଯିବାର ସ୍ଥିର କରା ଯାଇଛି। ଏହି ଦୌଡ଼ରେ ୧୬ ବର୍ଷ,୧୮ ବର୍ଷ ଓ ୨୦ ବର୍ଷରୁ କମ୍ ବୟସ ଏବଂ ବରିଷ୍ଠ ମହିଳା ଓ ପୁରୁଷ ଏହି ଦୌଡ଼ରେ ଭାଗ ନେଇ ପାରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି। ଖେଳାଳୀ ମାନଙ୍କ ଜନ୍ମ ତାରିଖ ସେପ୍ଟେମ୍ବର ୧,୨୦୨୨ ତାରିଖ ପର୍ଯ୍ୟନ୍ତ ଉଲ୍ଲିଖିତ ବର୍ଗ ପାଇଁ ଉପଦିଷ୍ଟ। ୧୬ ବର୍ଷରୁ କମ୍ ବର୍ଗ ପାଇଁ ଜନ୍ମ ତାରିଖ ୦୧.୦୯.୨୦୦୬ ରୁ ୦୧.୦୯.୨୦୦୮ ,୧୮ ବର୍ଷରୁ କମ ବର୍ଗ ପାଇଁ ୦୧.୦୯.୨୦୦୬ ରୁ ୦୧.୦୯.୨୦୦୪ ଏବଂ ୨୦ ବର୍ଷରୁ କମ୍ ବର୍ଗ ପାଇଁ ୦୧.୦୯.୨୦୦୨ ରୁ ୦୧.୦୯.୨୦୦୪ ପର୍ଯ୍ୟନ୍ତ ହେବା ଜରୁରୀ। ୨୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବରିଷ୍ଠ ବର୍ଗରେ ସାମିଲ ହେବେ। ପ୍ରକାଶ ଯୋଗ୍ୟ ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର ଦୌଡାଳୀ ଅନ୍ୟ କୌଣସି ବର୍ଗରେ ଭାଗ ନେଇ ପାରିବେ ନାହିଁ। ଏହି ଦୌଡ଼ରେ ପ୍ରତି ବର୍ଗରେ ବିଜେତାଙ୍କୁ ୧୦୦୦୦ ଟଙ୍କା, ଉପବିଜେତାଙ୍କୁ ୫୦୦୦ ଟଙ୍କା ଏବଂ ତୃତୀୟ ବିଜେତାଙ୍କୁ ୩୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଏହି ଦୌଡ଼ରେ ଭାଗ ନେବା ପାଇଁ ୧୬,୧୮ ଓ ୨୦ ବର୍ଗ ପାଇଁ ପଞ୍ଜୀକରଣ ବାବଦକୁ ୨୦ ଟଙ୍କା ଓ ବରିଷ୍ଠ ବର୍ଗ ପାଇଁ ୫୦ ଟଙ୍କା ନେବାର ସ୍ଥିରୀକୃତ ହୋଇଛି। ଇଚ୍ଛୁକ ପ୍ରତିଯୋଗୀ ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡିୟମ୍ ଠାରେ ପଞ୍ଜୀକରଣ କରି ପାରିବେ। ସବିଶେଷ ସୂଚନା ପାଇଁ ୯୪୩୮୦୧୨୨୮୦, ୯୯୩୭୧୧୬୩୫୫ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.