ବଡନଦୀ ପାଣି ସୁଅରେ ଭାସି ବୁଦ୍ଧଙ୍କ ମୃତ୍ୟୁ …


ଭଞ୍ଜନଗର :ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ପେଟାକିଆରୀ ଗ୍ରାମର ଦାମ ସେଠୀ( ୭୦)ବର୍ଷିଆ ବୁଦ୍ଧ ବଡନଦୀ ପାଣି ସୁଅରେ ଭାସିଯାଇ ମୁତ୍ୟ ଘଟିଛ ।ଖବର ନେବାରେ ଗୁରୁବାର ସକାଳୁ ପେଟାକିଆରୀ ଗ୍ରାମ ନିକଟରେ ବେହିଯାଇଥିବା ବଡନଦୀକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଦାମର ଅସାବଧାନତା ଯୋଗୁଁ ପାଣି ସୁଅକୁ ଖସିଯିବାରୁ ସେହି ପାଣି ସୁଅରେ ଭାସିଯାଇ ଝାଲିଆଗୋଛା ଗ୍ରାମ ନିକଟରେ ଗ୍ରାମ ବାସୀ ଭଦ୍ଧାର କରି ଦାମକୁ ଗୁରୁତର ଅବସ୍ଥାରେ ୧୦୮ଆମ୍ବଲାସ୍ମା ଯୋଗେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା।ଏଠାରେ ଚିକିତ୍ସା କରୁଥିବା ଡାକ୍ତର ଦାମକୁ ମୃତ୍ୟୁ ଘୋଷଣା କରିଥିଲେ ।ଏହି ଖବର ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଜି ମୃତ ଦାମର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଦାମର ମୃତ୍ୟୁ ଘଟଣାକୁ ନେଇ ତାରସିଂ ଥାନା କେସନଂ ୧୪/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

nis-ad
Leave A Reply

Your email address will not be published.