ମା’ର ଶବକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲେ ପୁଅ ବୋହୂ

ଜୟପୁର: ଆଜି ବି ବଂଚିଛି ଗାତି ବିଭେଦ । ଛୁଆଁ ଅଛୁଆଁ ଭେଦ ଭାବ ପାଇଁ ପୁଅ କର୍ମର ଫଳ ଭୋଗିଲା ମା’ର ମୃତଦେହ । ୬ ମାସ ତଳେ ପୁଅ ଅନ୍ୟ ଜାତି ଘରେ ଖାଇଦେଇଥିବାରୁ ମା’ ମୃତଦେହକୁ ମିଳିଲାନି ୪ କାନ୍ଧ । ଫଳରେ ରାସ୍ତାରେ ଘୋଷାରି ଘୋଷାରି ମା’ ମୃତଦେହକୁ ପୁଅବୋହୂ ଶ୍ମଶାନକୁ ନେଇ ସକôାର କରିଛନ୍ତି।

ଏପରି ଏକ ଅମାନବୀୟ ଘଟଣା କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ ଘଟିଛି । ମୃତା ମହିଳା ହେଲେ ମୁକ୍ତା ପରଜା । ଛୁଆଁ ଅଛୁଆଁ ଭେଦଭାବ ଆଗରେ ଫିକା ପଡିଗଲା ମଣିଷପଣିଆ ।

ସୂଚନା ଅନୁସାରେ ପ୍ରାୟ ୬ମାସ ପୂର୍ବେ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତି ଘରେ ଖାଇଥିଲେ । ସେବେଠୁ ଗ୍ରାମବାସୀ ମଙ୍ଗଳାଙ୍କ ପରିବାରକୁ ଏକ ଘରକିଆ କରି ଦେଇଥିଲେ । ଏହାରି ଭିତରେ ବାର୍ଦ୍ଧକ୍ୟଜନିତ କାରଣରୁ ମୁକ୍ତାଙ୍କ ମୃତୁ୍ୟ ହୋଇଥିଲା । ବୃଦ୍ଧାଜଣକ ମରିବା ପରେ ବି ଗାଁ ଲୋକଙ୍କ ରାଗ ଶାନ୍ତ ହୋଇ ନ ଥିଲା। ମଙ୍ଗଳା ବହୁ କାକୁତିମିନତି ହେବା ସତ୍ତ୍ୱେ ତାଙ୍କ ମା’ଙ୍କ ଶବକୁ ୪ କାନ୍ଧ ଦେବାକୁ କେହି ଆଗେଇ ଆସିଲେନି ।

ଶେଷରେ ବାଧ୍ୟ ହୋଇ କୋକେଇରେ ମା’ ମୃତଦେହକୁ ବାନ୍ଧି ତାକୁ ରାସ୍ତାରେ ମଙ୍ଗଳା ଟାଣି ଟାଣି ନେଲେ । । ସ୍ୱାମୀଙ୍କର ଏପରି ଅସହାୟତାକୁ ବରଦାସ୍ତ କରି ନ ପାରି ବୋହୂ କୁନି ତାଙ୍କ ସହ ମିଶି କୋକେଇ ଧରିଥିଲେ । କୋକେଇ ସମ୍ଭାଳି ନପାରିବାରୁ ରାସ୍ତାରେ ବାରମ୍ବାର କୋକେଇ ପଡି ଯାଉଥିଲା । ଫଳରେ କୋକେଇକୁ ଘୋଷାଡି ଘୋଷାଡି ଶଶ୍ମାନକୁ ନେଇ ଶବ ସକôାର କରିଥିଲେ ।

nis-ad
Leave A Reply

Your email address will not be published.