ଆଜି ରାତି ଗୁରୁତ୍ୱପୂର୍ଣ୍ଣ, ସମସ୍ତେ ସତର୍କ ରୁହନ୍ତୁ : SRC

ଭୁବନେଶ୍ବର: ବନ୍ୟା ପରିସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ପ୍ରଦୀପ ଜେନା ବୁଧବାର ସନ୍ଧ୍ୟାରେ ବିସ୍ତୁତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାନଦୀର ମୁଣ୍ଡଳିରେ ବନ୍ୟଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାତି ପାହିଲା ବେଳକୁ ମୁଣ୍ଡଳିରେ ଜଳସ୍ତର ଆହୁରି କମିଯାଇଥିବ। ୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ ହୋଇସାରିଛି ।

କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପିକ୍ ଫ୍ଲଡ କମିଛି । ସେହିଭଳି ରାଜ୍ୟର ୬ଟି ସ୍ଥାନରେ ଘାଇ ସୃଷ୍ଟିି ହୋଇଛି । ଘଳିଆ ପଡିଥିବା ସ୍ଥାନକୁ ମରାମତି କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି ।

ଏସ୍‌ଆରସି ଆହୁରି ମଧ୍ୟ କହିଛନ୍ତି, ଆସନ୍ତାକାଲି ସକାଳେ ଜଳସ୍ତର ଆହୁରି କମିବାକୁ ଲାଗିବ । ଆଜି ରାତି ଗୁରୁତ୍ୱପୂର୍ଣ୍ଣ ତଥା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ପାଣି ଆସୁଥିବାରୁ ବନ୍ୟାରେ ପ୍ରଭାବିତ ସଂଖ୍ୟା ଆହୁରି ବଢିପାରେ ।

nis-ad
Leave A Reply

Your email address will not be published.