ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ, ଉପକୂଳବର୍ତ୍ତୀ ଅଞ୍ଚଳରେ ୪୪ ଟିମ ମୁତୟନ

କଟକ: ରାଜ୍ୟରେ ଲାଗିରହିଥିବା ବନ୍ୟା ପରିସ୍ଥିତିର ଜୋରଦାର ମୁକାବିଲା କରୁଛି ଅଗ୍ନିଶମ ବିଭାଗ । ବନ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମୁକାବିଲା ପାଇଁ ସ୍ବତନ୍ତ୍ର ଭାବରେ ଅଗ୍ନିଶମ ବିଭାଗର ୪୪ ଟିମ ମୁତୟନ କରାଯାଇଛି । ତେବେ ଜନସାଧାରଣଙ୍କୁ ସହଯୋଗ ପାଇଁ ଅନୁରୋଧ କରିବା ସହ ଅଗ୍ନିଶମ ବାହିନୀର ମନବଳ ବଢାଇ ଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ଡିଜି ସନ୍ତୋଷ ଉପାଧ୍ୟାୟ ।

ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ, ଉପକୂଳବର୍ତ୍ତୀ ଅଞ୍ଚଳରେ ୪୪ ଟିମ ମୁତୟନ

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ମହାନଦୀ ସମେତ ବିଭିନ୍ନ ମୁଖ୍ୟନଦୀ ତଥା ଶାଖାନଦୀରେ ସୃଷ୍ଟି ହୋଇଛି ବନ୍ୟା । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସହ ପଶୁପକ୍ଷୀଙ୍କୁ ଉଦ୍ଧାର କରୁଛନ୍ତି ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ଟିମ । ବିଭାଗୀୟ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି “ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବନ୍ୟାରେ ଅତ୍ୟଧିକ ପ୍ରଭାବିତ ହେଉଥିବା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପରିସ୍ଥିତିର ମୁକାବିଲା ପାଇଁ ସ୍ବତନ୍ତ୍ର ଭାବରେ ୪୪ ଟିମ ମୁତୟନ କରାଯାଇଛି । ସବୁ ପ୍ରକାର ପରିସ୍ଥିତିରେ ଲୋକଙ୍କ ସହିତ ଆମ କର୍ମଚାରୀମାନେ ଅଛନ୍ତି । ଆଠଗଡର ଘଣ୍ଟିଖାଲରେ ବୁଡିଥିବା କାରରୁ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ସେହିପରି ଜଟଣୀରେ ବନ୍ୟା ପାଣିରେ ଫସିଥିବା ଗର୍ଭବତୀଙ୍କ ସହ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି ।” ସେହିପରି ଗତିରାଉତ ପାଟଣାରେ ପ୍ରାୟ ୬୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଏହି ଅବସସରେ ଡିଜି ପ୍ରଶଂସା କରିଛନ୍ତି ।

nis-ad
Leave A Reply

Your email address will not be published.