ଜ୍ୱାଇଁର ଆକ୍ରମଣରେ ଶ୍ୱଶୁର ମୃତ, ମା-ଝିଅ ଗୁରୁତର

ବାଲେଶ୍ୱର: ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ଭୁଜାଲିରେ ଶାଶୁ, ଶ୍ୱଶୁର ଓ ଶାଳିକୁ ଗୋଡାଇ ଗୋଡାଇ ହାଣିଛି ଜ୍ୱାଇଁ । ଫଳରେ ଶ୍ୱଶୁରଙ୍କର ମୃତ୍ୟୁ ହୋଇଛି । ଶାଳି ଓ ଶାଶୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା କୁଶୁଡା ଗାଁରେ ।

ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନରେ ସୁଶାନ୍ତ ମହୁରୀଙ୍କ ଜ୍ୱାଇଁ ଶ୍ୱଶୁରଙ୍କ ଘରେ ପହଞ୍ଚିଥିଲେ । ପରେ ଧାରିଆ ଅସ୍ତ୍ରରେ ଶାସୁଙ୍କୁ ଆକ୍ରମଣ କରିଥିଲେ । ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସୁଶାନ୍ତଙ୍କ ଆଗକୁ ଯାଇଥିଲେ । ପରେ ସୁଶାନ୍ତଙ୍କ ବେକକୁ ଜ୍ୱାଇଁ ଆକ୍ରମଣ କରିଥିଲେ ।

ଏହାସହିତ ସୁଶାନ୍ତଙ୍କ ଝିଅ ମଧ୍ୟ ଏହି ଆକ୍ରମଣର ଶୀକାର ହୋଇଥିଲେ । ପରେ ଆହତ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.