ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ପାଣି, ଖଟରୁ ତଳେ ପଡି ଚାଲିଗଲା ଶିଶୁ ପୁତ୍ରର ଜୀବନ

ଟାଙ୍ଗୀ: ଲଗାଣ ବର୍ଷା ଯୋଗୁଁ ଘର ଭିତରେ ବର୍ଷା ପାଣି ପଶିଛି । ସେହି ପାଣିରେ ବୁଡି ଜଣେ ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୂର୍ଯ୍ୟନଗର ଅଞ୍ଚଳରେ ।ଲଘୁଚାପଜନିତ ବର୍ଷା ପାଇଁ ବାଲୁଗାଁ ଅଞ୍ଚଳର ସୂର୍ଯ୍ୟନଗରରେ ବର୍ଷା ପାଣି ଘରେ ପଶିଯାଇଛି ।

ଘର କାମରେ ମା ବ୍ୟସ୍ତ ଥିବା ବେଳେ ଶିଶୁପୁତ୍ରଟି ଖଟ ଉପରେ ଶୋଇଥିଲା । କୌଣସି କାରଣରୁ ଖଟରୁ ଶିଶୁପୁତ୍ରଟି ତଳେ ପଡିଯାଇଥିଲା ।

ଶିଶୁଟିର ସେଠାରୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.