ସ୍ୱାଭିମାନ ଅଞ୍ଚଳରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ବଡ଼ପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା ଓ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ୱାଇଁଙ୍କ ପରିଚାଳନା କରିଥିଲାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିବାର ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ଓ କର୍ମଚାରୀ ମାନେ ମିଶି ନିଶା ମୁକ୍ତ ଭାରତ ନିମନ୍ତେ ଶପଥ ପାଠ କରିବା ସହ ତ୍ରିରଙ୍ଗା ପତାକା ଧରି ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ର ଜାନବାଇ ଗୁରୁପ୍ରିୟାର ମୁଖ୍ୟ ରାଜରାସ୍ତାରେ ଶୋଭାଯାତ୍ରା ମାଧ୍ୟମରେ ବ୍ୟାନର ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ସେଇଭଳି ସ୍ୱାଭିମାନ ଅଞ୍ଚଳ ର ବିଭିର୍ଣ୍ଣ ବିଦ୍ୟାଳୟ, ପାପରମେଟେଲା ଡାକଘର ଏବଂ ସମସ୍ତ କାର୍ଯ୍ୟାଳୟ, ଥାନା, ବିଏସଏଫ କ୍ୟାମ୍ପ, ବିଭିନ୍ନ ଅନୁଷ୍ଠାନ ଏବଂ ବହୁ ଘର ମାନଙ୍କରେ ଅମୃତ ମହୋତ୍ସବର ହର ଘର ତ୍ରିରଙ୍ଗା ଅନୁଷ୍ଠିତ ହୋଇ ପାଳନ କରାଯାଉଛି l ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ଗ୍ରାମ ଗ୍ରାମ ପରିକ୍ରମା କରି ଭାରତ ସ୍ଵାଧିନତାର ୭୫ ତମ ଜୟନ୍ତୀ (ଆଜାଦି କା ଅମୃତ ମହୋତ୍ସବ) ର ଗୈାରବ ମୟ ଘଟଣାକୁ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । ଦିନେ ଯେଉଁ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ ଦମନ ଲୀଳା ଚଳାଇ ଲୋକଙ୍କୁ ଭୟଭୀତ କରିବା ସହ ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆତ°କିତ କରାଉଥିଲେ, ଆଜି ସେହି ଅଞ୍ଚଳରେ ସ୍ବତଃପ୍ରବୃତ୍ତ ଭାବରେ ବିଦ୍ୟାଳୟ, କାର୍ଯ୍ୟାଳୟ ତଥା ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାର ଦେଖିବାକୁ ମିଳିଛି । ସ୍ୱାଭିମାନ ଅଞ୍ଚଳରୁ ମାଓ ମୁକ୍ତ ହେବାପରେ ସ୍ୱାଧୀନତାର ୭୫ବର୍ଷ ପରେ ଏଭଳି ପ୍ରଥମ ଥର ପାଇଁ ସ୍ୱାଭିମାନ ଅଞ୍ଚଳର ବିଦ୍ୟାଳୟ,କାର୍ଯ୍ୟାଳୟ, ଅନୁଷ୍ଠାନ ତରଫରୁ ଏଭଳି ଏକ କାର୍ଯ୍ୟକ୍ରମକୁ ଆଗେଇ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ନାହିଁ ନଥିବା ଆନନ୍ଦ ଖେଳିଯାଇଥିଲା ଏବଂ ଏଥିରେ ଛାତ୍ର ଛାତ୍ରୀ,ସାଧାରଣ ଜନତା, ଯୁବ ଗୋଷ୍ଠୀ,ଅବିଭାବକ ଓ ଶିକ୍ଷାପ୍ରେମୀ ମାନେ ବହୁଳ ଭାବରେ ସାମିଲ୍ ହୋଇ କାର୍ଯ୍ୟକ୍ରମ କୁ ଉତ୍ସାହର ସହିତ ଆଗେଇ ନେଇଛନ୍ତି । ଭାରତୀୟ ସ୍ବାଧୀନତା ଦିବସ, ତ୍ରିରଙ୍ଗା ପତାକାର ମହତ୍ୱ ଓ ବୀର ସହୀଦ ମାନଙ୍କ ବଳିଦାନର ତାତ୍ପର୍ଯ୍ୟ ସମ୍ପର୍କରେ ପିଲା ତଥା ଜନସାଧାରଣ ମାନଙ୍କୁ ଅବଗତ କରାଇ ମନେ ପକାଇ ଦେଉଛନ୍ତି ।

nis-ad
Leave A Reply

Your email address will not be published.