ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି

ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।

ଯେଉଁ ଘରକୁ ଆବାସିକ ବା ବ୍ୟକ୍ତିଗତ ରହଣୀ ହିସାବରେ ଦିଆଯିବ ତା’ ଉପରେ ଜିଏସଟି ଲାଗୁ ହେବ ନାହିଁ । ବରଂ ଘରକୁ ଯଦି ବ୍ୟବସାୟିକ ସୂତ୍ରରେ ଭଡା ଦିଆଯାଏ ତେବେ ତା’ ଉପରେ ଜିଏସଟି ଆଦାୟ କରାଯିବ ବୋଲି ପିଆଇବି ପକ୍ଷରୁ କୁହାଯାଇଛି । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

nis-ad
Leave A Reply

Your email address will not be published.