୧୯୮ ନୂଆ ଓଆର୍‌ଏସ୍ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଭୁବନେଶ୍ବର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍) ଗ୍ରୁପ୍‌-ବି କ୍ୟାଡର୍ ରେ ନୂତନ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ବର୍ତମାନ ଓଆର୍‌ଏସ୍ ପଦବୀ ସଂଖ୍ୟା ୧୦୯୨ ରହିଛି। ସେଥି ମଧ୍ୟରୁ ୭୯ଟି ପଦବୀ ଛୁଟି, ଡେପୁଟେଶନ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି। ବିଭିନ୍ନ ବିଭାଗ, ସରକାରୀ ଏଜେନ୍ସି, ସ୍ଵୟଂଶାସିତ ସଂସ୍ଥାଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇବା ସମ୍ଭବ ହେଉନାହିଁ।

ଚକବନ୍ଦୀ କାର୍ଯ୍ୟାଳୟ, ପଞ୍ଜୀକରଣ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନରେ ଅଧିକ ପଦବୀ ଆବଶ୍ୟକତା ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖୁ ମଞ୍ଜୁରୀପ୍ରାପ୍ତ ୧୦୯୨ ପଦବୀ ବ୍ୟତୀତ ଓଆର୍‌ଏସ୍ କ୍ୟାଡରରେ ୧୯୮ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।

ଅତ୍ୟଧିକ ଓଡ଼ିଶା ରାଜସ୍ବ ସମ୍ବେଦନଶୀଳ ଲଘୁ ଖଣିଜପୂର୍ଣ୍ଣ ତହସିଲ ନିମନ୍ତେ ୧୨୯୦କୁ ବୃଦ୍ଧି ସେବା ପଦବୀ ଅତିରିକ୍ତ ତହସିଲଦାର (ଏନ୍‌ଫୋର୍ସମେଣ୍ଟ) ପାଇଁ ପଦବୀ ସୃଷ୍ଟି ହୋଇଥିବା ବେଳେ ସହକାରୀ ବନ୍ଦୋବସ୍ତ ଅଧିକାରୀ ସହକାରୀ ଚକବନ୍ଦୀ ଅଧିକାରୀ ପଦବୀ ୫, ସହନିବନ୍ଧକ ପଦବୀ ସଂଖ୍ୟା ୩୦ ସୃଷ୍ଟି ହୋଇଛି। ସେହିପରି କୋର୍ଟ ଅଫିସର, ରାଜସ୍ବ ପର୍ଷଦ ପାଇଁ ୧୧ ପଦବୀ ସୃଷ୍ଟି କରାଯାଇଥିବା ବେଳେ ସହକାରୀ ନିର୍ଦ୍ଦେଶକ ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ପାଇଁ ୨ ଏବଂ ଛୁଟି , ଡେପୁଟେଶନ ଓ ଟ୍ରେନିଂ ରିଜର୍ଭ ପାଇଁ ୧୧୮ ପଦବୀ ସୃଷ୍ଟି କରାଯାଇଛି। ଫଳରେ ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍) ର ମୋଟ୍ ପଦବୀ ସଂଖ୍ୟା ୧୨୯୦କୁ ବୃଦ୍ଧି ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

nis-ad
Leave A Reply

Your email address will not be published.