ଦବିଗଲା ବିଜୁ ସେତୁ ରାସ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି (୧୨/୮) : ଗାଁ କୁ ଗାଁ ସଂଯୋଗ କରିବା ରାସ୍ତା ମଧ୍ୟରେ ରହିଥିବା ନଦୀ ଉପରେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରୁଥିବା ବେଳେ କାମ ନିମ୍ନ ମାନର ଯୋଗୁଁ ସେତୁରେ ରହିଥିବା ଗାର୍ଡୱାଲ ଭାଙ୍ଗିଯାଇ ରାସ୍ତା ଦବିଗଲାଣି । ପାଡ଼ାନକେତା-ମାଣ୍ଡୁବାଡ଼ି ରାସ୍ତା ଉପରେ ହୋଇଥିବା ବିଜୁ ସେତୁ ଯୋଜନାରେ ଦେଖିବାକୁ ମିଳିଛି ଏଭଳି ଘଟଣା । । ଏହି ବିଜୁ ସେତୁ ଯୋଜନା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା । ହେଲେ କାମ ସରି ବର୍ଷେ ନପୁରୁଣୁ ରାସ୍ତାକୁ ସଂଯୋଗ କରୁଥିବା ଗାର୍ଡୱାଲ ଭାଙ୍ଗିଯାଇ ରାସ୍ତା ଦବୀ ଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଉପରେ ପାଡାନକେତା ଓ ମାଣ୍ଡୁବାଡ଼ିର ଶତାଧିକ ଲୋକ ନିର୍ଭର କରୁଥିବା ବେଳେ ରାସ୍ତା ଦବି ଯାଇଥିବା ଯୋଗୁଁ ଯିବା ଆସିବାରେ ସମସ୍ୟା ଦେଖା ଯାଇଛି । ରାତ୍ର ସମୟରେ ଲୋକେ ଯିବା ଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାର୍ଡୱାଲ ଭାଙ୍ଗିବା ଦ୍ୱାରା ରାସ୍ତା ଧୀରେ ଧୀରେ ଦବୀଗଲାଣି । ଯଦି ଯଥା ଶୀଘ୍ର ଗାର୍ଡୱାଲ ନିର୍ମାଣ କରାନଯାଏ ତାହାଲେ ରାସ୍ତା ସମ୍ପୂର୍ଣ୍ଣ ଧସି ଯିବ । ଯଦ୍ୱାର ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯିବ । ଏଣୁ ଯଥା ଶୀଘ୍ର ଗାର୍ଡୱାଲ ନିର୍ମାଣ କରି ରାସ୍ତା ନିର୍ମାଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.