ହୀରାକୁଦରେ ଖୋଲିଲା ୨୦ଟି ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି କଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ଯାଇଛି । ତେଣୁ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି ତେଣୁ ସତର୍କ ରହିବା ଆବଶ୍ୟକ ।

ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ ମଧ୍ୟ କହିଛନ୍ତି ଜିଲ୍ଲାପାଳ । ଏନେଇ ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ ସତର୍କ କରାଯାଇଛି । ଏହାସହ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

nis-ad
Leave A Reply

Your email address will not be published.