ନାଇଜେରିଆ ଯୁବକକୁ ଗିରଫ କଲା ବାଲେଶ୍ବର ସାଇବର ପୋଲିସ

ବାଲେଶ୍ବର : ବିଦେଶୀ ମହିଳାଙ୍କ ନାଁରେ ଅନଲାଇନରେ ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବର ସାଇବର ପୋଲିସ ଦିଲ୍ଲୀରୁ ଜଣେ ନାଇଜେରିଆର ଯୁବକଙ୍କୁ ଗିରଫ କରିଛି । ଏହି ଯୁବକ ଦିଲ୍ଲୀର କିଶନଗଡରେ ରହି ଏହି ଭଳି ସାଇବର କ୍ରାଇମ୍ କରୁଥିଲେ ।

ସୂଚନା ଅନୁସାରେ, ଅନଲାଇନରେ ବିଦେଶୀ ମହିଳାଙ୍କ ନାଁରେ ଫେସବୁକ, ହ୍ବାଟସଆପ ଆକାଉଣ୍ଟ ଖୋଲି ଏହି ଅଭିଯୁକ୍ତ ଜଣକ ନାନା ପ୍ରଲୋଭନ ଦେଖାଇ ବାଲେଶ୍ବର ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ୩୦ଲକ୍ଷ ଟଙ୍କା ଠକି ନେଇଥିଲେ ।

ଏପରିକି ମହିଳାଙ୍କ ଫଟୋ ସହ ଆପତ୍ତିଜନକ ଫଟୋ ଦେଖାଇ ବନ୍ଧୁତା ସ୍ଥାପନ କରି ନାନା ଆଳରେ ବିଭିନ୍ନ ଲୋକଙ୍କଠାରୁ ଅର୍ଥ ଲୁଟୁଥିଲା।

ବାଲେଶ୍ବର ସାଇବର ଥାନାରେ ଏନେଇ ଅଭିଯୋଗ ହେବା ପରେ ଟଙ୍କା ଜମା ହୋଇଥିବା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଫ୍ରିଜ କରିଥିଲେ । ଏହା ସହିତ ଅଭିଯୁକ୍ତର ଫୋନ ନମ୍ବର ଓ ଫେସବୁକ ଏକାଉଣ୍ଟ ଖୋଳତାଡ଼ କରିବା ପରେ ଗୋଟିଏ ନମ୍ବରକୁ ଟ୍ରାକ କରି କିଛି ତଥ୍ୟ ହାତେଇ ଥିଲେ। ପରେ ଏହି ଠକେଇର ଜଣେ ପ୍ରମୁଖ ଅଭିଯୁକ୍ତ ସାମସନ ଏମିକେ ଆଲିଗାକୁ ଦିଲ୍ଲୀରୁ ଗିରଫ କରି ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ବାଲେଶ୍ବର ଅଣାଯାଇଛି।

ଗିରଫ ସାମସନଠାରୁ ଏକ ମୋବାଇଲ, ସେ ବ୍ୟବହାର କରୁଥିବା ଲାପଟପ ସହ କିଛି ନକଲି ସିମ ଜବତ ହୋଇଛି। ୨୦୧୮ମସିହାରୁ ସାମସନର ପାସପୋର୍ଟର ଅବଧି ସରିଛି ଓ ମିଳିଥିବା ଅନ୍ୟ ଏକ ପାସପୋର୍ଟ ନକଲି ବୋଲି ସନ୍ଦେହ କରାଯାଉଛି। ୩୦ଲକ୍ଷ ଠକେଇ ମଧ୍ୟରୁ ପୋଲିସ ଫ୍ରିଜ କରିଥିବା ଆକାଉଣ୍ଟରେ ୬ ଲକ୍ଷ ଜମା ରହିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.