ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ରକ୍ଷା ବନ୍ଧନ ପାଳିତ

ମାଲକାନଗିରି, ୧୧।୮: ରକ୍ଷା ବନ୍ଧନ ଅବସରରେ ମାଲକାନଗିରି ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ୧୨ ନମ୍ବର ୱାର୍ଡ କାଉନସିଲର ତ୍ରିମାଳା ନାୟକ, ୧୫ ନମ୍ବର ୱାର୍ଡ କାଉନସିଲର ବିକାଶ ଦାସଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଦୀପ ପ୍ରଜ୍ୱଳନ ହୋଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଦାସ ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ପରେ ବୃକ୍ଷକୁ ରାକ୍ଷୀ ବାନ୍ଧାଯାଇ ଅତିଥି ମାନଙ୍କ ଦ୍ୱାରା ପ୍ରାଚୀର ପତ୍ରିକା ଉନ୍ମୋଚନ କରାଯାଇଥିଲା ଏବଂ ଅମୃତ ମହୋତ୍ସବ ସକାଶେ ୭୫ ଗୋଟି ଦୀପ ପ୍ରଜ୍ୱଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ଶେଷରେ ଅତିଥି ମାନଙ୍କୁ ରାକ୍ଷୀ ବନ୍ଧାଯାଇ ସମସ୍ତ ଗୁରୁଜୀ ଗୁରୁମା ଓ ଶିଶୁ ଭାଇ ଭଉଣୀ ମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇଥିଲେ । ସଂମ୍ପାଦକ ବୃଦ୍ଧିବାମନ ନାୟକଶେଷରେ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ସାଙ୍ଗ କରିଥିଲେ ।

nis-ad
Leave A Reply

Your email address will not be published.