ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ରକ୍ଷା ବନ୍ଧନ ଉତ୍ସବ

ମାଲକାନଗିରି (୧୧।୮) : ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଞ୍ଚଳରେ ଥିବା ବିବେକାନନ୍ଦ ପ୍ରଭାତ ଶାଖାରେ ମଧ୍ୟ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ଏନ.ଦାଶରଥି ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ନରସିଂହ କୋପେ ଯୋଗ ଦେଇ ଥିଲେ l ଉତ୍ସବର ଆରମ୍ଭରେ ଭାରତ ମାତା, ଡାକ୍ତର କେଶବ ବଳିରାମ ହେଡଗୱାର୍ ଓ ଶ୍ରୀ ଗୁରୁଜୀଙ୍କ ଫୋଟରେ ପୁଷ୍ପ ମାଲ୍ୟ ଦେବାସହ ପରମ ଆରାଧ୍ୟ ଭଗବା ଧ୍ଵଜା ରୋହଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଆଜିର ଦିନ ଏକ ପବିତ୍ର ଦିନ, ଏହା ଭାଇ ଭଉଣୀର ସମ୍ପର୍କକୁ ଦର୍ଶାଇଥାଏ । ତେଣୁ ଏହି ଦିନରେ ଦେଶର ସୁରକ୍ଷା ଦାଇତ୍ଵରେ ଥିବା ସୀମା ସୁରକ୍ଷା ବାହୀନି ଓ ଦେଶର ଅନ୍ନଦାତା କୃଷକ ମାନଙ୍କୁ ଏହି ସ୍ନେହର ଡୋରି ବାନ୍ଧିବା ଉଚିତ ବୋଲି ଏହି କାର୍ଯ୍ୟକ୍ରମରେ ଆଲୋଚନା କରଯାଇଥିଲା l ଏହା କେବଳ ଡୋରି ବା ସୂତା ଟିଏ ନୁହଁ, ଏହା ଆମ ସ୍ନେହର ସମ୍ପର୍କକୁ ଦୃଢୀଭୂତ କରୁଥିବା ଏକ ପ୍ରେମର ବନ୍ଧନ ବୋଲି ଉପସ୍ଥିତ ଅତିଥି ମାନେ ମତ ପୋଷଣ କରିଥିଲେ l ପରିଶେଷରେ ସମସ୍ତେ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ ।

nis-ad
Leave A Reply

Your email address will not be published.