ଜଳ ସମ୍ପଦ ବିଭାଗ -ଏନ୍ ଆଇଓଟି ବୁଝାମଣା, ଉପକୂଳ ସୁରକ୍ଷା ପାଇଁ ମିଳିବ ବୈଷୟିକ ସହାୟତା

ଭୁବନେଶ୍ୱର: ଓଡ଼ିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଏବଂ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଏନଆଇଓଟି) ମଧ୍ୟରେ ଏକ ବୁଝାମଣା ପତ୍ର ବୁଧବାର ଅପରାହ୍ଣରେ ସ୍ୱାକ୍ଷରିତ ହୋଇଛି। ନିଜସ୍ୱ ଉଦ୍ୟମରେ ରାଜ୍ୟ ସରକାର ରାଜ୍ୟର ୪୮୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଉପକୂଳର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ବୁଝାମଣାପତ୍ର ଅନୁଯାୟୀ ଏନଆଇଓଟି ଏଥିପାଇଁ ବୈଷୟିକ ସହାୟତା ଏବଂ ଆଧୁନିକ ଜ୍ଞାନକୌଶଳ ଯୋଗାଇଦେବ।

ବିଶେଷକରି ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏହି ଏମଓୟୁ ବେଶ୍ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବିଭାଗୀୟ ଅତିରିକ୍ତ ମୁଖ୍ୟ ସାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଏବଂ ଏନଆଇଓଟିର ନିର୍ଦ୍ଦେଶକ ଡ. ଜି ଏ ରାମଦାସଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ଓଡ଼ିଶାକୁ ବନ୍ୟା ଓ ବାତ୍ୟାର ଚିର ସହଚର ବୋଲି କୁହାଯାଇଥାଏ। ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଆସିଛନ୍ତି । ଏହିକ୍ରମରେ ଆସନ୍ତା ୫ ବର୍ଷ ପାଇଁ ଏହି ବୁଝାମଣାପତ୍ର ଆଗାମୀ ଦିନରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ସମୁଦ୍ରର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁରକ୍ଷାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ବୈଠକରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଲେ ଯେ ଏହି ବୁଝାମଣାପତ୍ର ଅନୁସାରେ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୃଢ଼ୀକରଣ ପାଇଁ ଏହା ବେଶ୍ ଉପାଦେୟ ହେବ। ବିଶେଷକରି ବୈଷୟିକ ଜ୍ଞାନକୌଶଳ, ଡିଜାଇନ ପ୍ରଦାନ ସହ ବିଭାଗୀୟ ଯନ୍ତ୍ରୀମାନଙ୍କର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶରେ ଏହି ଏମଓୟୁ ଗୁରୁତ୍ୱପୂର୍ଣ୍ଣର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଚୁକ୍ତିକ୍ତିନାମା ଫଳରେ ରାଜ୍ୟର ୬ଟି ଉପକୂଳବର୍ତ୍ତୀର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମର ଲୋକମାନେ ଉପକୃତ ହେବେ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଆଶଙ୍କା ହ୍ରାସ କରିବା ଦିଗରେ ଏହି ଚୁକ୍ତିନାମା ଭବିଷ୍ୟତରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଏନଆଇଓଟିର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ବିଭାଗୀୟ ଯନ୍ତ୍ରୀମାନେ ଆବାସୀ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ସୂଚନାଯୋଗ୍ୟ ଯେ ତଟ ସୁରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାରେ ଏନଆଇଓଟି ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଅଟେ। 

nis-ad
Leave A Reply

Your email address will not be published.