ଅବପାତରେ ପରିଣତ ହେଲା ଲଘୁଚାପ : ରାଜ୍ୟରେ ଭୀଷଣ ବର୍ଷା

ଭୁବନେଶ୍ୱର : ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା: ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ବର୍ଷା ୧୬୧ମିମି ରେକର୍ଡ ହୋଇଥିବା ବେଳେ , ରାଜ୍ୟରେ ୮ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ଟିସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ତେବେ ଭୁବନେଶ୍ୱରଠାରୁ ଉତ୍ତର ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇ ରହିଛି ଅବପାତ । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରୁଛି । ଏହା ଛତିଶଗଡ଼ ଆଖପାଖରେ ଦୁର୍ବଳ ହେବ ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଚିକିଟିରେ ୧୮୫ ମିଲିମଟର ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଚମ୍ପୁଆରେ ୧୪୨ ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱରରେ ୭୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଜି ସମସ୍ତ ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବ । ୪ ଜିଲ୍ଲା ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ବରଗଡ଼କୁ ଦିଆଯାଇଛି ରେଡ୍‌ ୱାର୍ଣ୍ଣିଂ । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ରହିବା ସହ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ।ୱେଲ୍‌ ମାର୍କଡ ଲୋ ପ୍ରେସର ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ୧୧ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

nis-ad
Leave A Reply

Your email address will not be published.