ପତ୍ନୀ ଘର ଆଗରେ ପତିର ଧାରଣା

ପୁରୀ: ପୁଅକୁ ଦେଖା କରିପାରୁନି ବାପା । ଦିନେ କି ଦୁଇ ଦିନ ନୁହେଁ ୨ ବର୍ଷା ହେଲା ଦେଖା କରିପାରୁନି । ଘର ଛଡି ଅନ୍ୟତ୍ର ରହୁଥିବା ପତ୍ନୀ ପ୍ରତିବନ୍ଧକ ସାଜିଛି । ବାପା ପୁଅକୁ ଦେଖା କରେଇ ଦେଉନାହିଁ ମାଆ । ପୁଅକୁ ଟିକେ ଦେଖିବା ପାଇଁ, ପଦେ କଥା ହେବା ପାଇଁ କାକୁତି ମିନତି କରୁଛି ବାପା । ଯାହାକୁ ଦେଖୁଛି ତାକୁ କହୁଛି ମୋ ପୁଅ କିପରି ଅଛି କେଉଁଠି ଅଛି ମୁଁ ଜାଣିନାହିଁ । 2 ବର୍ଷ ହେବ ତାକୁ ଦେଖିନାହିଁ । ତାକୁ ଟିକେ ଦେଖିବାକୁ ଚାହୁଁଛି, ମୋତେ ଟିକେ ସାହାଯ୍ୟ କର । ଏଥିଯୋଗୁଁ ହାତରେ ପ୍ଲା କାର୍ଡ ଧରି ପତ୍ନୀର ଘର ଆଗରେ ଧାରଣାରେ ବସିଛି ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ତାଳବଣିଆ ଅଞ୍ଚଳରେ ।

ସୂଚନା ଅନୁସାରେ, 2015 ମସିହାରେ ପୁରୀ ଗୋପ ଥାନା ଶୋଳପୁର ଗ୍ରାମର ଜିତେନ୍ଦ୍ର ମହାନ୍ତି ପୁରୀ ମାଟିଆପଡ଼ାର ମଧୁସ୍ମିତା ଦାସଙ୍କୁ ବିବାହ କରିଥିଲେ । ହେଲେ ଦୁଇ ଜଣଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଗତ 2020ରୁ ପତ୍ନୀ ମଧୁସ୍ମିତା ଜିତେନ୍ଦ୍ରଙ୍କ ଘରୁ ପଳାଇ ଆସି ଅଲଗା ରହୁଛନ୍ତି ।

ଜିତେନ୍ଦ୍ର ଅଭିଯୋଗ କରିଛନ୍ତି, ” ତାଙ୍କର 6ବର୍ଷର ଗୋଟିଏ ପୁଅ ଅଛି । ହେଲେ ମଧୁସ୍ମିତା ପୁଅ ସହ ଦେଖା କରେଇ ଦେଉନହାନ୍ତି । 2 ବର୍ଷ ହେବ ସେ ତାଙ୍କ ପୁଅକୁ ଦେଖିନାହାନ୍ତି । ଦେଖା କରିବାକୁ ଚାହିଁଲେ ମଧ୍ୟ ତାଙ୍କ ପତ୍ନୀ ପୁଅକୁ ଦେଖା କରିବାକୁ ଦେଉ ନାହାନ୍ତି । ଦେଖା କରିବାକୁ ଗଲେ ପତ୍ନୀ ମଧୁସ୍ମିତା ଗାଳି ଗୁଲଜ କରିବା ସହ ସମ୍ପର୍କୀୟଙ୍କ ସହ ମିଶି ମାଡ଼ ମାରୁଛନ୍ତି । ଏନେଇ ପୁରୀ ଫାମିଲି କୋର୍ଟରେ ଜଣାଇବା ପରେ କୋର୍ଟ ଅର୍ଡର୍ ଦେଇଛନ୍ତି ପ୍ରତି ରବିବାର ପୁଅକୁ ଦେଖା କରି ପାରିବି । ହେଲେ ଗତ ଦୁଇ ବର୍ଷ ହେବ ପତ୍ନୀ ପୁଅକୁ ଦେଖା କରିବାକୁ ଦେଉନାହାନ୍ତି । କୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ତାଙ୍କ ପତ୍ନୀ ଏହା ମାନୁନାହାନ୍ତି ।”

ଏଥିଯୋଗୁଁ ଜିତେନ୍ଦ୍ର ହତାଶ ହୋଇ ପଡିଥିବା ଅଭିଯୋଗ କରିଛନ୍ତି । ସୋମବାର ପୁଅକୁ ଦେଖା କରିବାକୁ ପତ୍ନୀଙ୍କ ଘର ଆଗରେ ଧାରଣାରେ ବସିଥିଲେ ଜିତେନ୍ଦ୍ର । ଏହି ଘଟଣାରେ ପୋଲିସ୍ ମଧ୍ୟ ତାଙ୍କୁ ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.