ଆଠଗଡ ବନଖଣ୍ଡରୁ ହାତୀ କଙ୍କାଳ ମିଳିବା ଘଟଣା: ଗିରଫ ଫରେଷ୍ଟରଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଆଠଗଡ଼ ବନଖଣ୍ଡର ନରସିଂହପୁର ଅଞ୍ଚଳରୁ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା । ଗିରଫ ଫରେଷ୍ଟର ପ୍ରଦୀପ ପରିଡାଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସେଥିପାଇଁ ପ୍ରଦୀପଙ୍କୁ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରାଟୋରିକୁ ଆଣିଲା ବନ ବିଭାଗ । ହାତୀ ହତ୍ୟାରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ କରିବ ବନ ବିଭାଗ ।

ଗତ ଅଗଷ୍ଟ ୧ ରେ ପଦୀପଙ୍କୁ ଗିରଫ କରିଥିଲା ବନ ବିଭାଗ । ପ୍ରଦୀପଙ୍କୁ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡରେ ଆଣିଛି ବନ ବିଭାଗ ।

ଗତ କିଛି ଦିନ ତଳେ ଆଗଗଡ ବନଖଣ୍ଡ ଅଞ୍ଚଳରୁ ହାତୀ କଙ୍କାଳ ମିଳିଥିଲା । ହାତୀ କଙ୍କାଳ ମିଳିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା । ଏବେ ଏହି ହାତୀ କଙ୍କାଳକୁ ଓୟୁଏଟିରେ ରଖି ଯାଞ୍ଚ କରିବାର ପ୍ରୟାସ କରାଯାଉଛି । ସେହିପରି ତଦନ୍ତକୁ ସହଜ କରିବା ପାଇଁ ଆମେରିକାରୁ ଡିଏନଏ ଟେଷ୍ଟ ପାଇଁ ମଧ୍ୟ କିଟ ମଗାଯାଇଛି । ତେବେ ସତ ବାହାର କରିବା ପାଇଁ ଏବେ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ।

nis-ad
Leave A Reply

Your email address will not be published.