ଭାରତର ଚିନ୍ତା ଓ ଶ୍ରୀଲଙ୍କାର ରୋକ୍ ସତ୍ତ୍ବେ ଆସୁଛି ଚୀନ ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ : ଭାରତର ଚିନ୍ତା ଓ ଶ୍ରୀଲଙ୍କାର ଅନୁରୋଧ ସତ୍ତ୍ବେ ହାମ୍ବନଟୋଟା ବନ୍ଦର ଆସୁଛି ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫ । ମଙ୍ଗଳବାରଦିନ ୧୦ଟା (ଭାରତୀୟ ସମୟ) ବେଳେ ଏହି ଜାହାଜ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଗତି କରୁଥିଲା । ଏହା ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ଗତି କରୁଛି । ଏହା ଆସନ୍ତା ଗୁରୁବାର ସକାଳ ସାଢେ ୯ଟା ସୁଦ୍ଧା ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି ।
ଏହା ଏକ ମିସାଇଲ ଟ୍ରାକିଂ ସିପ୍ ହୋଇଥିବାରୁ ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା । ଭାରତ ପକ୍ଷରୁ ଏହି ଚିନ୍ତା ଶ୍ରୀଲଙ୍କାକୁ ଜଣାଇଦିଆଯିବା ପରେ ଏହି ଜାହଜର ଆଗମନକୁ ବିଳମ୍ବିତ କରିବାକୁ କଲମ୍ବୋ ଚୀନକୁ କହିଥିଲା । କିନ୍ତୁ ଏହାକୁ ଖାତିର ନ କରି ଚୀନ ଜାହାଜ ଆସୁଛି ।
ଗୁଇନ୍ଦା ରିପୋର୍ଟ ଅନୁସାରେ ଏହି ଜାହାଜର ଏରିଆଲ ରେଞ୍ଜ ହେଉଛି ପ୍ରାୟ ୭୫୦ କିଲୋମିଟର । ଏହାର ଅର୍ଥ ହେଉଛି ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖିପାରିବ । ଦକ୍ଷିଣ ଭାରତରେ ଭାରତର କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ବିଶାଖାପାଟଣା ଓ କୋଚିରେ ନୌସେନା ଘାଟି, ତାମିଲନାଡ଼ୁର କୁଦାନକୁଲମ ଓ କଳ୍ପକମ ଆଣବିକ କେନ୍ଦ୍ର, ଇସ୍ରୋ ଇତ୍ୟାଦି । ଏସବୁ ପ୍ରତିଷ୍ଠାନ ଉପରେ ଚୀନ ନିଜର ଗୁପ୍ତଚର ଜାହାଜ ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବ । ଏଣୁ ଏହି ଜାହାଜକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି ।

nis-ad
Leave A Reply

Your email address will not be published.