ବ୍ରାହ୍ମଣୀଗାଁରେ ଜୈବିକ କୃଷି ଶିକ୍ଷା କାର୍ଯ୍ୟକ୍ରମ

ବ୍ରାହ୍ମଣୀଗାଁ (୮/୮) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀ ଗାଁ , ଝିଞ୍ଜିରିଗୁଡ଼ା, ଗଦାପୁର, ତାଜୁଙ୍ଗିଆ, ହତିମୁଣ୍ଡା, ସାରାମୁଳି ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଜୈବିକ ପଦ୍ଧତି ରେ କୃଷିଜାତ ଫସଲ ଅମଳ କରିବାର ଶିକ୍ଷା କାର୍ଯ୍ୟକ୍ରମ ସ୍ଥାନୀୟ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ବିଭାଗର ସହାୟତା ରେ ଓଡିଶା କଞ୍ଜୁମର କୋପେରେଟିଭ ଫେଡରେସନର ଓ ଆସିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ଡେଭେଲୋପମେଣ୍ଟ ଭୁବନେଶ୍ୱର ଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସିଇଓ ସମୀର କୁମାର ବାରିକ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିହିର କୁମାର ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଦେବ ପ୍ରସାଦ ରାଉତରାୟ ଯୋଗ ଦେଇଥିଲେ । ଶ୍ରୀ ବାରିକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ରେ ପହଞ୍ଚି ଚାଷୀମାନେ ଆତ୍ମ ନିର୍ଭରଶୀଳ ହୋଇ କିପରି ନିଜେ ଜୈବିକ ସାର ପ୍ରସ୍ତୁତ କରିପାରିବେ ସେ ନେଇ ତାଲିମ ପ୍ରଦାନ କରିଥିଲେ । ବିଶେଷ କରି ଘନ ଜିବାମୃତ, ଜିବାମୃତ ,ଆଗ୍ନେୟାସ୍ତ୍ର , ୱେଷ୍ଟ ଡ଼ି କମ୍ପୋଜର, ସଂଜୀବକ, ଗୋ ମୂତ୍ର ଆଦି ସାରର ପ୍ରସ୍ତୁତି କରଣ ଓ ଏହାର ପ୍ରୟୋଗ ସମ୍ପର୍କରେ ଚାଷୀ ମାନଙ୍କୁ ଶିକ୍ଷା ଦେଇଥିଲେ। ତିନି ଦିନ ଧରି ଚାଲିଥିବା ଏହି ଜୈବିକ କୃଷି ଶିକ୍ଷା କାର୍ଯ୍ୟକ୍ରମ ଟିର ଅନ୍ତିମ ଦିବସରେ ଆଠଗୋଟି ପଞ୍ଚାୟତ ର ଚାଷୀଙ୍କୁ ନେଇ ସୋମବାର ଦିନ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତି ରହି ଚାଷୀ ମାନଙ୍କୁ ପରାମର୍ଶ ଦେବା ସହ ଚାଷ ଉପଯୋଗୀ ସାମଗ୍ରୀ ବିତରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅଚାନକ ଭାବେ ଗସ୍ତ କରି କୃଷକ ମାନଙ୍କୁ ତାଲିମ ସମ୍ପର୍କରେ ପଚାରି ବୁଝିଥିଲେ, ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ,ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲସ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

nis-ad
Leave A Reply

Your email address will not be published.