ତୁଳସୀପଦରକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ


ନବରଙ୍ଗପୁର : ବର୍ଷା ସାଜିଲା ପ୍ରତିବନ୍ଧକ । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ସଚେତନ କରିବାକୁ ଆସି ତୁଳସୀପଦର ଗ୍ରାମକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍; ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର। ଯାହାଫଳରେ ଝାଡାବାନ୍ତିରେ ଅକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍। ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନତା କରାଇଲେ। ପଲିଥିନରେ ଔଷଧ ବାନ୍ଧି ଆରପାରିକୁ ଫୋପାଡି ଔଷଧ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍। ଘଟଣା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଓ ୨୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇସାରିଥିବା ଖବର ପ୍ରଚାରିତ ହୋଇଥିଲା । ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣ ରେ ରହିଥିବା ସୂଚନା ହସ୍ତଗତ ହୋଇଛି। ଗତ ୨ ତାରିଖ ରୁ ଲଗାତର ଭାବେ ଏମଏଚୟୁ ଓ ଏମଏଚଟିର ୨ ଟି ସ୍ବାସ୍ଥ୍ୟ ଟିମ୍ ତୁଳସୀପଦର ଗାଁ ରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି। ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ। ତେବେ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀ ରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ପ୍ରଖର ବଢ଼ିଚାଲିଥିଲା। ଡା.ଜ୍ୟୋତ୍ସ୍ନାରାଣୀ ଦାସ, ଡ।.ବିଭୁତି ଭୂଷଣ ନାୟକ,ଡା. ଇତିଶ୍ରୀ ପଲାଇଙ୍କ ସମେତ ରାକେଶ ରଂଜନ ବେହୁରା, ସମୀର ରଂଜନ ଦାସ, କାଜଲ ରାଓ, ସାନ୍ତିଲତା ନାୟକ , ସ୍ବାଗତିକା ସସ୍ମିତା ସୁନା ପ୍ରମୁଖ ଫାର୍ମାଶିଷ୍ଟ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ମେଡିକାଲ ଟିମ୍ ତୁଳସୀପଦରକୁ ଯିବା ପାଇଁ ବାହାରିଥିଲେ। ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ରହିଥିବା ନଦୀର ବନ୍ୟାପାଣିରେ ଯାଇନପାରି ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ । ଯଦି କାହାର କିଛି ଅସୁବିଧା ଥାଏ ତେବେ ଅଙ୍ଗନବାଡି ଦିଦି ଙ୍କୁ ଫୋନ ମାଧ୍ୟମରେ ଜଣାଇ ପାରିବେ ବୋଲି କହିବା ସହ ସାଙ୍ଗରେ ନେଇ ଆସିଥିବା ଔଷଧ କୁ ପଲିଥିନ ରେ ବାନ୍ଧି ନଦୀର ଆରପଟ କୁ ଫୋଫାଡ଼ି ଔଷଧ ପହଞ୍ଚାଇଥିଲେ । ନଦୀର ଅରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି ଦିଦି ଆସି ଉକ୍ତ ଔଷଧ କୁ ସଂଗ୍ରହ କରି ଗାଁ କୁ ନେଇଥିଲେ । ଏ ପ୍ରକାର ପ୍ରୟାସ କୁ ସାଧାରଣରେ ପ୍ରଶଂସା କରା ଯାଉଛି।

nis-ad
Leave A Reply

Your email address will not be published.