ମହିଳାଙ୍କଠାରୁ ୭୦ହଜାର ଟଙ୍କା ଝାମ୍ପିନେଲେ ପଲସର୍ ଲୁଟେରା

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ସହରରେ ପଲସର ଲୁଟେରାମାନେ ଜଣେ ମହିଳାଙ୍କ ଠାରୁ ୭୦ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟ୍ ଜଳେଶ୍ବର ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ହୋଇଛି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ସରଢ଼ିଆ ଅଞ୍ଚଳର ଜଣେ ମହିଳା ଘର କାମ ପାଇଁ ୟୁକୋ ବ୍ୟାଙ୍କରୁ ୭୦ ହଜାର ଟଙ୍କା ଉଠାଇଥିଲେ ।

ଟଙ୍କାକୁ ବ୍ୟାଗରେ ରଖି ମହିଳା ଜଣଙ୍କ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଜଳେଶ୍ବର ଥାନାଠାରୁ ୫୦ ମିଟର ଦୂରରେ ଥିବା ଅଭିନନ୍ଦନ ଲୁଗା ଦୋକାନ ସମ୍ମୁଖରେ ଲୁଟ୍ ହୋଇଥିଲା । ଦୁଇ ଜଣ ଲୁଟେରା ପଲସର ବାଇକ୍‌ରେ ଆସି ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଥିଲେ ।

ଏ ନେଇ ମହିଳା ଜଣଙ୍କ ଜଳେଶ୍ବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ପୋଲିସ ସିସିଟିଭି ଫୁଟେଜ୍‌ର ମଧ୍ୟ ଯାଞ୍ଚ କରୁଛି ।

nis-ad
Leave A Reply

Your email address will not be published.