ଲଗାଣ ବର୍ଷାରେ ପୁଣି ବେହାଲ ରାଜଧାନୀ, ଇସ୍କନ ମନ୍ଦିର ସାମ୍ନାରେ ଅଟକିଲା ବସ୍

ଭୁବନେଶ୍ବର: ଆଜି ବି ଲଗାଣ ବର୍ଷାରେ ବେହାଲ ରାଜଧାନୀ। ପୁଣି ଭୁବନେଶ୍ବର ଇସ୍କନ ସାମ୍ନାରେ ଲହଡ଼ି ଭାଙ୍ଗୁଛି ପାଣି । ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ପାଣିରେ ଭାସୁଛି ଗାଡି ମୋଟର । ମଝି ରାସ୍ତାରେ ଅଟକିଲା OSRTC ବସ୍ । ଗାଡ଼ିର ସମସ୍ତ ଚକା ବୁଡ଼ିଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ।

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ସମୁଦ୍ର ମଧ୍ୟରେ ଓଡିଶା ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ସୁଦୃଶଃ-ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତ ରୂପ ନେବା ସହ ଓଡିଶା-ଛତିଶଗଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ନବବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ସର୍ବାଧିକ ୨୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ୭ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

nis-ad
Leave A Reply

Your email address will not be published.