ପିହୁ ନିଖୋଜକୁ ପୂରିଲା ୨ ବର୍ଷ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ପରିବାର ଲୋକେ

ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନ ଅଞ୍ଚଳର ଦୁଇ ବର୍ଷର ଶିଶୁ ପିହୁ ନିଖୋଜ ଘଟଣା । ଘଟଣାକୁ ଏ ହାରି ଭିତରେ ଦୁଇ ବର୍ଷ ପୂରିସାରିଲାଣି । ହେଲେ ପିହୁର ଏଯାଏଁ ପତ୍ତା ମିଳିପାରୁନାହିଁ ।

ପୋଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, କ୍ରାଇମବ୍ରାଞ୍ଚ, ଶିଶୁ କମିଶନର, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ ।

ଏହା ପରେ ବି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପିହୁର ମା ଓ ପରିବାର ଲୋକେ । ନ୍ୟାୟ ନମିଳିବା ଯାଏଁ ଧାରଣାରେ ବସିବେ ବୋଲି କହିଛନ୍ତି ପିହୁର ମା ।

ସୂଚନା ଅନୁସାରେ, ମୋନାଲିସା ।ୟକଙ୍କ ଝିଅ ୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ସେତେବେଳେ ପିହୁକୁ ୨ ବର୍ଷ ବୟସ ହୋଇଥିଲା । ହେଲେ ଆଜି ଯାଏଁ ବି ପିହୁର ପତ୍ତା ନମିଳିବାରୁ ପରିବାର ଲୋକେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ।

nis-ad
Leave A Reply

Your email address will not be published.